ଘର ପାଖରୁ କୁନି ପୁଅକୁ ଟାଣିନେଲା ବାଘ ; ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ

ଘର ପାଖରୁ କୁନି ପୁଅକୁ ଟାଣିନେଲା ବାଘ ; ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ

କନକ ବ୍ୟୁରୋ: ଘର ନିକଟରୁ ଶିଶୁକୁ ଟାଣିନେଇ ଖାଇଗଲା ବାଘ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଧମତରୀ ଜିଲ୍ଲା ବିର୍ଗୁରୀ ଜଙ୍ଗଲ ପାଖରେ ଥିବା କରମୁଦ ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ଶିଶୁଟିର ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ପୋଲିସ ଓ ବନବିଭାଗ ପକ୍ଷରୁ ଠାବ କରାଯାଇଛି।

ରବିବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ଗାଁର  ଯୋଗେଶ ମରକାମଙ୍କ ୩ବର୍ଷର ପୁଅ ହ୍ରିତିକ୍ ଘର ବଗିଚାକୁ ହାତ ଧୋଇବାକୁ ଯାଇ ଘରକୁ ଫେରିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ହ୍ରିତିକର ପତ୍ତା ମିଳିନଥିଲା। ଖୋଜାଖୋଜି ସମୟରେ ବାଘର ପାଦଚିହ୍ନ ଠାବ କରିବା ପରେ ଶିଶୁଟିଙ୍କୁ ବାଘ ଟାଣିନେଇଥିବା ପରିବାର ଲୋକ ଆଶଙ୍କା କରିବା ସହିତ ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ବନବିଭାଗର ଟିମ୍ ଖୋଜାଖୋଜି କରିବା ସହ ଶିଶୁଟିର ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ଠାବ କରିଛି। ବାଘଟି ଗାଁର ଚାରିପାଖେ ବୁଲୁଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe