ବାଲେଶ୍ୱର ଖଇରାରେ ଧରାପଡ଼ିଲା ବାଘ । ଦୀର୍ଘ ସମୟ ଅପରେସନ ପରେ କାବୁ କଲା ଟ୍ରାଙ୍କୁଲାଇଜ୍ ଟିମ୍ ।

256

କନକ ବ୍ୟୁରୋ: ଦୀର୍ଘ ସମୟର ଅପରେସନ ପରେ ଧରାପଡ଼ିଲା ବାଘ । ବାଲେଶ୍ୱର ଖଇରା ବ୍ଳକ ଗଡ଼ ଗାଁରୁ ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ । ବାଘ ଟି ଗାଁରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା । ୬ ଜଣ ବାଘ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ବନ ବିଭାଗ ଓ ଟ୍ରାଙ୍କୁଲାଇଜ୍ ଟିମ୍ ପକ୍ଷରୁ ବାଘକୁ ଧରିବା ପାଇଁ ଜାଲ ବିଛା ଯାଇଥିବା ବେଳେ ବାଘକୁ ଧରିବାରେ ସଫଳ ହୋଇଛନ୍ତି ବନ କର୍ମଚାରୀ ।