କନକ ବ୍ୟୁରୋ : ପୁଣିଥରେ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍ । ଟାଇଗର ସିରିଜର ତୃତୀୟ ସଂସ୍କରଣରେ ପୁଣିଥରେ ନାୟକ-ନାୟିକା ଭାବେ ନଜର ଆସିବେ ସଲମାନ ଓ କ୍ୟାଟ୍ । ଏକ ଟିଜର ଜରିଆରେ ଚଳଚ୍ଚିତ୍ର ଟାଇଗର- ଥ୍ରୀର ଘୋଷଣା ହୋଇଛି । ଗୋଟିଏ ମିନିଟ ୯ ସେକେଣ୍ଡର ଟିଜରରେ କ୍ୟାଟ୍ରିନାଙ୍କ ଜବରଦସ୍ତ ଆକସନ ଅବତାର ଦେଖିବାକୁ ମିଳିଛି । ସେହିପିର ଟିଜରର ଶେଷ ଭାଗରେ ସଲମାନଙ୍କ ଏଂଟ୍ରି ସହ ଧମାକାଦାର ଡାଏଲଗ ରହିଛି ।

Advertisment

କ୍ୟାଟ୍ରିନାଙ୍କ ପ୍ରଶ୍ନରେ ଟାଇଗର ସବୁବେଳେ ରେଡି ବୋଲି ସଲମାନ ଟିଜରରେ କହିଛନ୍ତି । ଆଗାମୀ ବର୍ଷ ଏପ୍ରିଲ ୨୩ ତଥା ଇଦ ଅବସରରେ ରିଲିଜ ହେବ ଏହି ବିଗ ବଜେଟ ମୁଭି । ଅଫିସିଆଲ ଆନାଉନ୍ସ ପରେ ଟିଜରକୁ ନେଇ ବେଶ ଉତ୍ସାହିତ ଅଛନ୍ତି ସଲମାନଙ୍କ ଫ୍ୟାନ୍ । ୟଶରାଜ ବ୍ୟାନରରେ ନିର୍ମିତ ଟାଇଗର ୩ ର ନିର୍ଦେଶନା ଭାର ମନୀଷ ଶର୍ମା ତୁଲାଇଛନ୍ତି । ସଲମାନଙ୍କ ଟାଇଗର ସିରିଜର ତୃତୀୟ ପାର୍ଟ ତୁର୍କି , ଅଷ୍ଟ୍ରିୟା ଓ ରୃଷ ଭଳି ସ୍ଥାନରେ ସୁଟ କରାଯାଇଛି । ନିକଟରେ ଦିଲ୍ଲୀରେ ଫିଲ୍ମର କିଛି ଅଂଶକୁ ସୁଟ କରାଯାଇଥିଲା । ଟାଇଗର ସିରିଜର ପ୍ରଥମ ୨ ଭାଗକୁ ବେଶ ପସନ୍ଦ କରିଥିଲେ ସିନେପ୍ରେମୀ । ଏମିତିକି ବଡପରଦାରେ ଅନେକ ରେକର୍ଡ ଭାଙ୍ଗିଥିଲା ଟାଇଗରର ଉଭୟ ପାର୍ଟ ।

ସିରିଜର ପ୍ରଥମ ଭାଗ ଏକ ଥା ଟାଇଗର ୨୦୧୨ ରେ ରିଲିଜ ହୋଇଥିଲା । ସେହିପରି ୨୦୧୭ ରେ ୨ୟ ଭାଗ ଟାଇଗର ଜିନ୍ଦା ହେ କୁ ରିଲିଜ କରାଯାଇଥଇଲା । ପ୍ରଥମ ଭାଗକୁ କବୀର ଖାନ ଡିରେକ୍ଟ କରିଥିବା ବେଳେ ଟାଇଗର ଜିନ୍ଦା ହେ କୁ ଅଲ୍ଲି ଆବାଜ ଜାଫର ଡିରେକ୍ଟ କରିଥିଲେ । ଉଭୟ ପାର୍ଟ ଜବରଦସ୍ତ ସଫଳତା ପାଇଥିବାରୁ ଟାଇଗର-ଥ୍ରୀରେ କ୍ୟାଟଙ୍କୁ ରିପ୍ଲେସ କରିନାହାନ୍ତି ଭାଇଜାନ । ତେବେ ତୃତୀୟ ସଂସ୍କରଣକୁ ବି ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।