ବଡ଼ ପରଦାରେ ରିଲିଜ ହେଲା ଟାଇଗର-୩: ଅଗ୍ରୀମ ଟିକେଟ ବୁକିଂରେ ରେକର୍ଡ

130

କନକ ବ୍ୟୁରୋ: ଆଜି ବଡ଼ ପରଦାରେ ରିଲିଚ ହୋଇଛି ସଲମାନ, କ୍ୟାଟ୍ରିନାଙ୍କ ଅଭିନୀତ ସିନେମା ଟାଇଗର ଥ୍ରୀ । ଦିୱାଲି ଅବସରରେ ସଲମାନ ତାଙ୍କ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି ଏହି ଫିଲ୍ମ । ସିନେମା ଆଡଭାନ୍ସ ବୁକିଂରେ ଜବରଦସ୍ତ ରେକର୍ଡ କରୁଛି । ବର୍ତମାନ ସୁଦ୍ଧା ଆଡଭାନ୍ସ ବୁକିଂରେ ୧୫ କୋଟି ପାର୍ କରିଛି ସଲମାନଙ୍କ ଏହି ସିନେମା । ତେବେ ଫିଲ୍ମ ପ୍ରତି ଏତେ ମାତ୍ରାରେ ଉତ୍ସାହ ଦେଖିବା ପରେ ପ୍ରଥମ ସପ୍ତାହରେ ଟାଇଗର ଥ୍ରୀ ୨୦୦ କୋଟି ଟପିବ ବୋଲି ଆକଳନ କରିଛନ୍ତି ସିନେ ସମୀକ୍ଷକ । ହିନ୍ଦୀ ସହ ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ୍ ଆଦି ୫ଟି ଭାଷାରେ ମୁକ୍ତିଲାଭ କରିବ ଭାଇଜାନ୍ଙ୍କ ଏହି ଫିଲ୍ମ । ମନିଷ ଶର୍ମା ସିନେମାର ନିର୍ଦ୍ଦେଶନା ଭାର ତୁଲାଇଥିବା ବେଳେ ୟାଇଆରଏଫ ସ୍ପାଏ ୟୁନିର୍ଭସ ଏହାର ପ୍ରଯୋଜନା ଦେଇଛନ୍ତି । ସକାଳୁ ସକାଳୁ ବିଭିନ୍ନ ହଲ ସମ୍ମୁଖରେ ଦର୍ଶକଙ୍କ ଭିଢ ଦେଖିବାକୁ ମିଳିଛି ।