କନକ ବ୍ୟୁରୋ: ଲୋକସଭା ନିର୍ବାଚନର ଫଳାଫଳ ପାଖାପାଖି ସ୍ପଷ୍ଟ ହୋଇସାରିଛି । ଏହା ମଧ୍ୟରେ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକସଭା ସିଟରୁ ଶିବସେନାରୁ (ଏକନାଥ ସିନ୍ଦେଙ୍କ ଦଳ) ପ୍ରାର୍ଥୀ ହୋଇଥିବା ରବୀନ୍ଦ୍ର ବାୟକର ହୋଇଛନ୍ତି ବିଜୟୀ । କିନ୍ତୁ ତାଙ୍କ ବିଜୟ ଭାରି ରୋଚକ । କାରଣ ଶେଷ ଦିନରେ ବାୟକରଙ୍କୁ ମିଳିଥିଲା ଟିକେଟ୍ । ତାଙ୍କ ପାଖରେ ପ୍ରଚାର କରିବାକୁ ଥିଲା ମାତ୍ର ୧୩ ଦିନ । ସେହି ୧୩ ଦିନରେ ନିଜର ପାରୁ ପର୍ଯ୍ୟନ୍ତ ଲୋକଙ୍କ ପାଖକୁ ଯାଇ ଭୋଟ ଅପିଲ କରିଥିଲେ । ହେଲେ ତାଙ୍କର ଦୃଢ ମନୋବଳ ତାଙ୍କୁ ସବୁବେଳେ ବିଜୟର ଆଶା ଦେଇଥିଲା ଯାହା ସତ ହୋଇଛି ।
ନିଜ ପ୍ରତିଦ୍ୱନ୍ଦ୍ୱିଙ୍କଠାରୁ ମାତ୍ରେ ୪୮ ଖଣ୍ଡ ଭୋଟରେ ବିଜୟ ପାଇଛନ୍ତି ରବିନ୍ଦ୍ର ବାୟକର, ଯାହା ୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ସବୁଠାରୁ ସର୍ବନିମ୍ନ ମାର୍ଜିନ । ନିର୍ବାଚନ କମିଶନଙ୍କ ଆକଳନ ମୁତାବକ, ବାୟକର ମୁମ୍ବାଇ ଉତ୍ତର ପଶ୍ଚିମ ଲୋକସଭା ଆସନରୁ ୪ ଲକ୍ଷ ୫୨ ହଜାର ୬୪୪ ଖଣ୍ଡ ଭୋଟ ପାଇଛନ୍ତି । , ତାଙ୍କ ପ୍ରତିଦ୍ୱନ୍ଦ୍ୱି (ଶିବସେନା ଦଳ) ଅମୋଲ କାର୍ତ୍ତିକରଙ୍କୁ ୪ ଲକ୍ଷ ୫୨ ହଜାର ୫୯୬ ଖଣ୍ଡ ଭୋଟ ମିଳିଛି ।
ନିଜ ପ୍ରତିଦ୍ୱନ୍ଦ୍ୱିଙ୍କଠାରୁ ମାତ୍ର ୪୮ ଖଣ୍ଡ ଭୋଟରେ ବିଜୟ ପାଇଥିବା ବାୟକର କହିଛନ୍ତି, ‘ଲୋକତନ୍ତ୍ରରେ ଗୋଟିଏ ବି ଭୋଟ ମୂଲ୍ୟବାନ୍ । କାରଣ ଏହି ଗୋଟିଏ ଭୋଟ ପାଇଁ ବାଜପେୟୀ ସରକାର ଭାଙ୍ଗିଯାଇଥିଲା । ମୁଁ କହିଥିଲି ଲଢିବି ଜିତିବି, ଏବଂ ଦେଶର ସେବା କରିବି । ଭଗବାନ ମୋତେ ବାଟ ଦେଖାଇବେ । ଯଦି ଜିତିଛି ତାହେଲେ ଭଲ କାମ କରିବାର ଅଛି’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/Capture-10.jpg)