ସୁରଟରୁ ଆସିଲା ଟିକେଟ୍ । କେନ୍ଦ୍ରାପଡ଼ାର ୪ ପ୍ରବାସୀ ଶ୍ରମିକଙ୍କୁ ବିମାନ ଟିକେଟ୍ ପଠାଇ ସୁରଟ୍ ଡାକିଲେ ସୂତାକଳର ମାଲିକ : ଘରୁ ସୁରତ ଯାଏଁ ସମସ୍ତ ଖର୍ଚ୍ଚ ବହନ କଲେ କର୍ତୃପକ୍ଷ

1,070

କନକ ବ୍ୟୁରୋ : ପ୍ଲେନ୍ ଟିକେଟ୍ ଦେଇ ମାଲିକ ଡାକିଛି ସୁରଟ୍ ଆସ । ହାତରେ ଏୟାର ଏସିଆର ଟିକେଟ୍ । ଗାଁରେ ଲାଗିଛି କାର । କାର୍ରେ ଭୁବନେଶ୍ୱର ପହଂଚିବା ପରେ ଭୁବନେଶ୍ୱରରୁ ମୁମ୍ବାଇ ଏବଂ ମୁମ୍ବାଇରୁ ପୁଣି ସୁରତ୍ । ସୁରତର ଏକ ସୂତା କଳରେ କାମ କରୁଥିବା କେନ୍ଦ୍ରାପଡା ଜିଲ୍ଲା ଦଶୀପୁର ଗ୍ରାମର ୪ ଜଣ ପ୍ରବାସୀ ଶ୍ରମିକଙ୍କୁ ସୁରତ ଫେରିବାକୁ କାରଖାନା ମାଲିକ ପଠାଇଛନ୍ତି ଫ୍ଲାଇଟ୍ ଟିକେଟ୍ ।

କରୋନା ମାଡରେ ଓଡ଼ିଶା ଫେରି ଆସିଥିଲେ ଗାଁର ୪ ଜଣ ବ୍ୟକ୍ତି । ହେଲେ ଗାଁରେ ନା କାମ ଅଛି, ନା ରୋଜଗାର କରିବାର ଅନ୍ୟ କୌଣସି ମାଧ୍ୟମ । ଆଉ ଏଭଳି ସ୍ଥିତିରେ ମାଲିକର ଡାକରାକୁ ଚାହିଁ ରହିଥିଲେ ଏହି ୪ଜଣ ପ୍ରବାସୀ ଶ୍ରମିକ । ଆଉ ଯେତେବେଳେ କାମ ଆରମ୍ଭ ହୋଇଛି, ପୁଣି ଡାକରା ଆସିଛି ।

କେନ୍ଦ୍ରାପଡ଼ାର ଏହି ପ୍ରବାସୀ ଶ୍ରମିକମାନେ ଖୁସିରେ ସୁରଟ ଫେରିଥିବା ବେଳେ ଗଂଜାମର କିଛି ଶ୍ରମିକଙ୍କୁ ବେଶ ହନ୍ତସନ୍ତ ହେବାକୁ ପଡ଼ିଛ ।
ଟ୍ରେନ୍ରେ ଗଂଜାମରୁ ସୁରଟ ସିନା ପହଂଚିଗଲେ । ହେଲେ ସେଠି ପହଂଚିଲା ବେଳକୁ ଆଉ କିଛି ନାହିଁ । ଆଚବେଷ୍ଟର୍ସ ଘର ଭାଙ୍ଗି ଘରେ ଥିବା ସବୁ ସାମଗ୍ରୀ କିଏ ଚୋରି କରି ନେଇଯାଇଛି ।