ଚଳନ୍ତା ଟ୍ରେନରେ କ୍ୟାନସଲ ଟିକେଟ୍ ବି ହୋଇଯିବ ଅପଡେଟ୍ : ୱେଟିଙ୍ଗରେ ଥିବା ଯାତ୍ରୀଙ୍କୁ ମିଳିବ କନଫର୍ମ ସିଟ୍ । ଜାଣନ୍ତୁ କେବେଠୁ

Advertisment
ଚଳନ୍ତା ଟ୍ରେନରେ କ୍ୟାନସଲ ଟିକେଟ୍ ବି ହୋଇଯିବ ଅପଡେଟ୍ : ୱେଟିଙ୍ଗରେ ଥିବା ଯାତ୍ରୀଙ୍କୁ ମିଳିବ କନଫର୍ମ ସିଟ୍ । ଜାଣନ୍ତୁ କେବେଠୁ

source : The Indian Express

ଭାରତୀୟ ରେଳବାଇ ଯାତ୍ରୀମାନଙ୍କପାଇଁ ୨୦୧୯ ନୂଆ ବର୍ଷରୁ ଏକ ନୂଆ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି। ଏହି ପଦକ୍ଷେପ ସ୍ୱରୂପ ଚଳନ୍ତା ଟ୍ରେନରେ ଟିଟିଇଙ୍କୁ ଟିକେଟ୍ କ୍ୟାନସେଲ୍ ହେବାର ସୂଚନା ମିଳିବ। ଯଦି ଟ୍ରେନ୍ ଚାଲିବା ପରେ କୌଣସି ଯାତ୍ରୀ ନିଜର ଟିକେଟକୁ କ୍ୟାନସେଲ୍ କରନ୍ତି, ତେବେ ଟିଟିଇ ସେହି ଖାଲି ବର୍ଥକୁ ଯେଉଁମାନେ ରିଜର୍ଭେସନ୍ ଅପେକ୍ଷାରେ ଥିବେ, ସେମାନଙ୍କୁ ଦେଇ ପାରିବେ। ଏଥିପାଇଁ ଟିଟିଇଙ୍କୁ ହ୍ୟାଣ୍ଡ୍ ହେଲଡ ଟର୍ମିନାଲ୍ ଦିଆଯିବ। ଏହି ଟର୍ମିନାଲ୍ ସିଧା ରେଳବାଇର ସର୍ଭର ସହିତ ଯୋଡ଼ି ହେବ। ପ୍ରତ୍ୟେକ ସମୟରେ ଏହି ଟର୍ମିନାଲରେ ଟ୍ରେନରେ ଥିବା ସିଟର ସ୍ଥିତି ଅପଡେଟ୍ କରାଯିବ।

ଏହି ବ୍ୟବସ୍ଥା କେତେକ ଶତାବ୍ଦୀ, ରାଜଧାନୀ ଟ୍ରେନରେ ପ୍ରଚଳନ କରାଯାଇଛି। ଜାନୁଆରୀ ୧ ତାରିଖରୁ ଅନ୍ୟ ଟ୍ରେନମାନଙ୍କରେ ବି ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଦୁଇ ପର୍ଯ୍ୟାୟରେ ୮ ହଜାର ଟିଟିଇଙ୍କୁ ଏହି ଟର୍ମିନାଲ୍ ଦିଆଯିବ। ଏହି ବ୍ୟବସ୍ଥା ପ୍ରଚଳନରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଟିକେଟ୍ ସୁବିଧା ଜଣଙ୍କ ପାଇଁ ଉପଲବ୍ଧ ହେବ। ଏଥିରେ ଟ୍ରେନ ଛାଡିବାର ଦୁଇଟି ଷ୍ଟେସନ୍ ପରେ ହିଁ ଟିଟିଇ ବାତିଲ ହୋଇଥିବା ଟିକେଟର ବର୍ଥରେ ଅନ୍ୟ ଯାତ୍ରୀଙ୍କୁ ବସିବାକୁ ଅନୁମତି ଦେଇପାରିବେ। ଏହି ବ୍ୟବସ୍ଥାର ପ୍ରଚଳନ ଫଳରେ ଟିଟିଇମାନଙ୍କୁ ଯାଞ୍ଚ କରିବାକୁ କମ୍ ସମୟ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe