କନକ ବ୍ୟୁରୋ : ଆସନ୍ତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ମ୍ୟାଚ୍ ପାଇଁ ଆସନ୍ତାକାଲି ଠାରୁ ଅଫଲାଇନ ବା କାଉଣ୍ଟରରେ ଟିକେଟ ବିକ୍ରି ହେବ । ଏନେଇ ହକି ଇଣ୍ଡିଆ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ହକି ବିଶ୍ୱକପକୁ ଆଉ ମାତ୍ର ୨୩ ଦିନ ବାକି ଥିବା ବେଳେ କାଉଣ୍ଟରରେ ଟିକେଟ ବିକ୍ରି କରିବାକୁ ନିଷ୍ପତି ନେଇଛି ହକି ଇଣ୍ଡିଆ ।
ସାଧାରଣ ଦର୍ଶକଙ୍କ ପାଇଁ ଭୁବନେଶ୍ୱରରେ ୧୮ଟି ଟିକେଟ କାଉଣ୍ଟର କରାଯାଇଥିବା ବେଳେ କଟକରେ ୨ଟି ଟିକେଟ କାଉଣ୍ଟର କରାଯାଇଛି । ସାଧାରଣ ଦର୍ଶକଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ ପାଖ କାଉଣ୍ଟରରେ ଟିକେଟ ବ୍ରିକି ପାଇଁ ଉଦ୍ଦିଷ୍ଟ ରହିଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଦର୍ଶକ ମାନେ କାଉଣ୍ଟରରୁ ଟିକେଟ ପାଇପାରିବେ । ଏହାଛଡା ଭୁବନେଶ୍ୱରରେ ଆହୁରି ୧୭ଟି ଆଉଟଲେଟରେ ମଧ୍ୟ ଟିକେଟ ପାଇପାରିବେ ଦର୍ଶକ । ସେହିଭଳି କଟକରେ ମଧ୍ୟ ଦୁଇଟି ସ୍ଥାନରେ ଟିକେଟ ବିକ୍ରି କରିବାର ବ୍ୟବସ୍ଥା ରହିଛି ।
ସାଧାରଣ ଦର୍ଶକଙ୍କ ପାଇଁ ପୁଲ ମ୍ୟାଚରେ ଇଷ୍ଟ ଗ୍ୟାଲେରୀ ଟିକେଟର ମୁଲ୍ୟ ୨୦୦ ଟଙ୍କା ଥିବା ବେଳେ ନୂଆ କରି ହୋଇଥିବା ନର୍ଥ ଓ ସାଉଥ ଗ୍ୟାଲେରୀ ଟିକେଟର ମୁଲ୍ୟ ୧୦୦ ଟଙ୍କା ରହିଛି । ସେହିଭଳି ନକ-ଆଉଟ ମ୍ୟାଚ ଓ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ଇଷ୍ଟ ଷ୍ଟାଣ୍ଡର ଟିକେଟର ମୂଲ୍ୟ ୨୫୦ ଟଙ୍କା ରଖାଯାଇଥିବା ବେଳେ ନର୍ଥ ଓ ସାଉଥ ଗ୍ୟାଲେରୀର ମୂଲ୍ୟ ୧୫୦ ଟଙ୍କା ସ୍ଥିର କରାଯାଇଛି ।
କେଉଁ କେଉଁ ସ୍ଥାନରେ ବିକ୍ରି ହେବ ଟିକେଟ :
Sports Emporium: Opp. Pal Heights, Jaydev Vihar, BDA Colony, Bhubaneswar- 751013
Sister Mobile: 699, BMC Bhawani Mall St. Saheed Nagar, Bhubaneswar - 751007
Sister Mobile: Plot No. 88/7, Bapuji Nagar, Bhubaneswar - 751009
SS Frozen World: Kanan Vihar, Chandrasekharpur, Bhubaneswar - 751017
Bhootnath Mobile World: 87/8, Bapuji Nagar, Bhubaneswar - 751009
B21: Industrial Area, Kharabela Nagar, Bhubaneswar - 751007
B21: Opposite BMC Bhawani Mall Exitgate, Saheed Nagar, Bhubaneswar - 751007
In & Out: Plot No. 305, Bharat Petroleum Petrol Pump, District Center, Bhubaneswar - 751016
Bodyline Sports: 501,Kharavela Nagar,Janpath,Bhubaneswar, infront of fruits market, Bhubaneswar - 751001
C Décor's: District Center, Chandrasekharpur, Bhubaneswar - 751016
Brewbakes 7sky ITER: 1199, Jagamara - Sundarpara Road, Khandagiri, Bhubaneswar - 751030
FH17 Saloon: 524-122, Kalimandir Rd, Satya Nagar, Bhubaneswar - 751007
Ujala Car Fashion: Khandagiri Chowk,, Patrapada, Bhubaneswar - 751030
Olympic Sports: 42, Janpath Road, Near Shreeleathers, Ashok Nagar, Unit-2, Ashok Nagar, Bhubaneswar - 751009
Reliance Food Court: Shriya Talkies St, Master Canteen Area, Kharabela Nagar, Bhubaneswar - 751001
Klassic Boutique & Beauty Salon: Laxmi Nagar, Bhubaneswar - 751006
Reliance Digital: Rasulgarh Industrial Estate, Bhubaneswar - 751007
The Hair Hacker: Plot No. 606/735, Bomikhal, Near Utkal Hyundai, In front of Rasulgarh Market, Bhubaneswar - 751007
Olympic Sports: Rajabagicha, Cuttack - 753009
Blast: Rex Plaza, 5th floor, Jobra Rd, LIC Colony, Cuttack - 753003