କନକ ବ୍ୟୁରୋ: ବାକି ଥିବା ବିଧାନସଭା ଓ ଲୋକସଭାରେ କାହାକୁ ମିଳିବ ଟିକେଟ୍? କାହାର କଟିଯିବ ଆସନ? ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଆଶାୟୀ ନେତା । ଗତକାଲି ଭଳି ଆଜି ବି ନବୀନ ନିବାସରେ ବିଜେଡି ନେତାଙ୍କ ଗହଳି ଦେଖିବାକୁ ମିଳିଛି । କୁହାଯାଉଛି, ଯେଉଁମାନଙ୍କୁ ଦଳୀୟ ଟିକେଟ୍ ମିଳିବ, ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଯାଇଛି । ଖାଲି ଅପେକ୍ଷା ରହିଛି, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ । ତେବେ ଶେଷ ମୁହୂର୍ତ୍ତରେ ଟିକେଟ ପକ୍କା କରିବା ପାଇଁ ଭିନ୍ନ ଭିନ୍ନ ଆଳରେ ନବୀନ ନିବାସରେ ପହଞ୍ଚୁଛନ୍ତି ନେତା । ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ରମେଶ ଚ୍ୟାଉ ପଟ୍ଟନାୟକ, ପଦ୍ମନାଭ ବେହେରା, ଅଙ୍ଗଦ କହଁର ପ୍ରମୁଖ ନବୀନ ନିବାସ ଆସିଥିଲେ । ଅନ୍ୟପଟେ ଟିକେଟ ପାଇଥିବା ନେତା ସୁପ୍ରିମୋଙ୍କୁ ଭେଟି ଜଣାଇଛନ୍ତି ଧନ୍ୟବାଦ ।

Advertisment
  • ଶେଷ ମୁହୂର୍ତ୍ତରେ ଟିକେଟ୍ ଲବି
  • ଆଜି ବି ନବୀନ ନିବାସରେ ଆଶାୟୀଙ୍କ ଭିଡ଼

ଗୋଟିଏ ଦିନରେ ଦୁଇଟି ପର୍ଯ୍ୟାୟରେ ୧୫ ଲୋକସଭା ଓ ୭୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି । ତୃତୀୟ ପର୍ଯ୍ୟାୟରେ ବହୁ ଚର୍ଚ୍ଚିତ ଆସନରେ ବିଜେଡି ପ୍ରାର୍ଥୀ ଦେବ । ଏଥିସବୁ ସିଟରେ ଅନେକ ବଡ଼ ବଡ଼ ନେତାଙ୍କ ଭାଗ୍ୟ ଝୁଲିକି ରହିଛି । ଭୁବନେଶ୍ୱର ଲୋକସଭା ପାଇଁ ଦଳ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଦଳ ଟିକେଟ ଦେଇଛି । ଜଟଣୀ ବିଧାନସଭାରେ ବିଭୂତି ବଳବନ୍ତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି ବାକି ୬ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ ।publive-imageଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର, ଖୋର୍ଦ୍ଧା ଓ ବେଗୁନିଆ ବାକି ରହିଛି । ସେହପରି ବ୍ରହ୍ମପୁର ଲୋକସଭା ଆସନରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ କିଏ ଟକ୍କର ଦେବ ତାକୁ ନେଇ ଦଳରେ ଅଙ୍କକଷା ଚାଲିଛି । ସେପଟେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ବ୍ରହ୍ମପୁର, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେଇନାହିଁ ।publive-imageସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ, ସମ୍ବଲପୁର ଲୋକସଭା କ୍ଷେତ୍ରର ୬ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ଏହି ଲୋକସଭା କ୍ଷେତ୍ରର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଆଠମଲ୍ଲିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।publive-imageସେହିପରି ଯେଉଁ ଆସନରେ ଏକାଧିକ ପ୍ରାର୍ଥୀ ଆଶାୟୀ ଅଛନ୍ତି, ସେହି ଆସନ ଗୁଡିକରେ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି । ନବୀନ ନିବାସରେ ଟିକେଟ କସରତ ଚାଲିଥିବା ବେଳେ ନେତାଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି ।