କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ନବୀନ ନିବାସ ଆଗରେ ଲାଗିଛି ଭିଡ଼  । ଟିକେଟ ପାଇଁ ଗହଳି ଲଗାଇଛନ୍ତି ଆଶାୟୀ ଓ ବିଭିନ୍ନ ସଂଗଠନର କର୍ମକର୍ତା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନ କରିଛନ୍ତି  । କେନ୍ଦ୍ରାପଡ଼ାରୁ ବିଧାୟକ ପ୍ରର୍ଥୀ ପାଇଁ ଆଶାୟୀ  ଥିବା ପ୍ରିୟଙ୍କା ମଲିକ ନବୀନ ନିବାସରେ ପହଞ୍ଚି ନିଜର ପ୍ରୋଫାଇଲ ଦେଇଛନ୍ତି  । ଶାଶୂ ଓ ଶ୍ୱଶୁର ଦଳ ପାଇଁ ଦୀର୍ଘ ଦିନରୁ କାମ କରୁଥିବାରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ଆଶା ରଖିଛନ୍ତି । ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଥିବାରୁ ଟିକେଟ ପାଇଁ ଆଶାବାଦୀ ଅଛନ୍ତି ପ୍ରିୟଙ୍କା । ଏହାଛଡ଼ା ମେହେର, ଅଗରିଆ, କୁଲତା ସମାଜ, ସନ୍ଥ କବି ଭୀମ ଭୋଇ ଟ୍ରଷ୍ଟ ଓ ୟୁନିଟ ୪ ମସଜିଦ ଭଳି ୧୪ଟି ସଂଗଠନର ପ୍ରତିନିଧି ଦଳ ନବୀନ ନିବାସ ଯାଇ ଆଲୋଚନା କରିଛନ୍ତି  ।

Advertisment

ସେହିଭଳି ନବୀନ ନିବାସକୁ ଯାଇ ଭେଟିଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀ । ବିଧାନସଭା କି ଲୋକସଭା କଣ ଲଢିବି ସେ ବାବଦରେ ପୂର୍ବରୁ ଆଲୋଚନା ହୋଇଛି । ଆଗକୁ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହାକୁ ପାଳନ କରିବି ବୋଲି କହିଛନ୍ତି ରମେଶ । ଟିକେଟ ଆଶାୟୀଙ୍କ ସଂଖ୍ୟା ବଢିବାକୁ ନେଇ ରମେଶ କହିଛନ୍ତି, ଓଡ଼ିଶାରେ ବିଜେଡି ଏକ ବୃହତ ଦଳ ଭାବେ ଉଭା ହୋଇଛି । ଅନେକ ଆଶାୟୀ ଟିକେଟ ଆବେଦନ କରିବେ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ । ଓଡ଼ିଶାରେ ବିଜେଡି ପୁଣିଥରେ ବିଜୟୀ ହେବ ବୋଲି କହିଛନ୍ତି ରମେଶ ।