କନକ ବ୍ୟୁରୋ: ନବୀନ ନିବାସରେ ପୁଣି ଗହଳି । ଶେଷ ମୁହୁର୍ତ୍ତରେ ଟିକେଟ ପାଇଁ ଲବି କରୁଛନ୍ତି ଆଶାୟୀ । ଏପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୯୯ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନା ଘୋଷଣା ସରିଥିବା ବେଳେ ୨୦ଟି ଲୋକସଭା ପାଇଁ ପ୍ରାର୍ଥୀ ନା ଘୋଷଣା କରିସାରିଛି ଦଳ । ଏବେ ଆହୁରି ପ୍ରାର୍ଥୀଙ୍କ ନା ଘୋଷଣା ବାକି ଅଛି । ଏଥିପାଇଁ ଶେଷ ମୁହୁର୍ତ୍ତରେ ଲବି କରୁଛନ୍ତି ନେତା । ଏପଟେ ଟିକେଟ ପାଇଥିବା ନେତା ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ପହଞ୍ଚୁଛନ୍ତି ।
ସୂଚନାଯୋଗ୍ୟ ଯେ, ବିଜେଡି ଦ୍ୱିତୀୟ ପର୍ଯ୍ୟାୟରେ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ବର୍ତ୍ତମାନ ସୁଦ୍ଧା ବିଜେଡି ୯୯ ବିଧାନସଭା ଆସନ ଓ ୨୦ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି । କେବଳ ବାଲେଶ୍ୱର ଲୋକସଭା ବାକି ରହିଛି । ତେବେ ଯେଉଁ ଯେଉଁ ଆସନଗୁଡିକରେ ଟିକେଟକୁ ନେଇ ଅଧିକ ବିବାଦ ରହିଛି । ସେଠାରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଏବେ ବି ସେହି ଆସନଗୁଡିକରେ ଟିକେଟ ବଣ୍ଟନ ପାଇଁ କସରତ ଚାଲିଛି । ବହୁ ଆଶାୟୀ ଥିବାରୁ ସେମାନଙ୍କୁ ବୁଝାସୁଝା କରି ଜଣଙ୍କ ପ୍ରାର୍ଥୀତ୍ୱ ଉପରେ ସହମତି ଆଣିବାକୁ ଶୀର୍ଷ ନେତୃତ୍ୱ ଉଦ୍ୟମ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/23-2.jpg)