କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇନି ହେଲେ, ଏବେଠାରୁ ନବୀନ ନିବାସରେ ଜମିଲାଣି ଭିଡ । ହାତରେ ବାୟୋଡାଟା ଧରି ପହଞ୍ଚିଲେଣି ଟିକେଟ୍ ଆଶାୟୀ । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ପ୍ରିୟଙ୍କା ମଲ୍ଲିକ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ହାତରେ ବାୟୋଡାଟା ଧରି ନବୀନ ନିବାସକୁ ଆସିଛନ୍ତି । ପ୍ରିୟଙ୍କା କହିଛନ୍ତି ଶ୍ୱଶୁର ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଏସସି ମୋର୍ଚ୍ଚାର ଜିଲ୍ଳା ସଭାପତି ଓ ଶାଶୁ କାଉନସିଲର ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ନିର୍ବାଚନମଣ୍ଡଳୀ ମଣ୍ଡଳୀରେ ସଂଗଠନ ଅଛି ଏବଂ ଟିକେଟ ମିଳିଲେ ସେ ଲଢ଼େଇ କରିବେ ।

Advertisment
  • ନବୀନ ନିବାସରେ ଗହଳି
  • ଟିକେଟ ଆଶୟୀ ଓ ବିଭିନ୍ନ ସଂଗଠନର ଭିଡ

କେବଳ ଏହି ଜଣେ ନୁହନ୍ତି, ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ଆସିଥିଲେ ବିଜେଡିର କିଛି ଆଗଧାଡିର ନେତା । ନବରଙ୍ଗପୁରର ସାଂସଦ ରମେଶ ମାଝୀ, ଗଣ୍ଡ ସମାଜର କର୍ମକର୍ତ୍ତାଙ୍କ ସହ ନବୀନ ନିବାସ ନିବାସ ଆସି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଭେଟିଛନ୍ତି । ଆଉ ଭେଟିବା ପରେ କହିଛନ୍ତି, ବିଧାନସଭା ହେଉ କି ଲୋକସଭା କେଉଁଠୁ ଲଢ଼ିବେ କହି ସାରିଛନ୍ତି । ତେବେ ପାର୍ଟି ସୁପ୍ରିମୋ ଯାହା ନିଷ୍ପତି ନେବେ ।

ତେବେ ଏହାସହ ମେହେର, ଅଗ୍ରିଆ, କୁଲତା ସମାଜ, ସନ୍ଥକବି ଭୀମଭୋଇ ଟ୍ରଷ୍ଟ, ବିଭିନ୍ନ ଧାର୍ମିକ ଅନୁଷ୍ଠାନର ସଦସ୍ୟ, କେନ୍ଦୁପତ୍ର ତୋଳାଳି ସଂଘ ସମେତ ମୋଟ୍ ୧୪ଟି ସଂଗଠନର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଆଉ ସରକାରଙ୍କ ବିଭିନ୍ନ ଘୋଷଣା ପାଇଁ ଧନ୍ୟବାଦ ଦେଇଛନ୍ତି ।

ନବୀନ ନିବାସରେ ଟିକେଟ ଆଶାୟୀଙ୍କ ଭିଡ ଲାଗିଥିବାବେଳେ, ବରିଷ୍ଠ ବିଧାୟକ କହିଛନ୍ତି ଏଥର ଆଗୁଆ ଟିକେଟ ଘୋଷଣା କରିପାରନ୍ତି ସୁପ୍ରିମୋ । ସେପଟେ ପ୍ରାର୍ଥୀ ଚୟନ ପାଇଁ ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ଚାଲିଛି । ବିଜେପି ମଧ୍ୟ ଆଗୁଆ ଟିକେଟ ଘୋଷଣା ପାଇଁ ଚର୍ଚ୍ଚା ହେଉଛି । ତେବେ କେଉଁ ଦଳ ଆଗୁଆ ଟିକେଟ ଘୋଷଣା କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।