ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ଅସମ୍ଭାଳ : ବିଜେପି ଓ କଂଗ୍ରେସରେ ବିଦ୍ରୋହ, ବାଦ୍ ପଡ଼ିଲାନି ବିଜେଡ଼ି

ଜୟପୁରରେ ବିଧାନସଭା ପାଇଁ ରବି ନନ୍ଦ, ତାରା ବାହିନୀପତି ଓ ଗୌତମ ସାମନ୍ତରାୟଙ୍କ ଜୋରଦାର ପ୍ରଚାର ! ବିକାଶର ନାରା ଦେଇ ଭୋଟ ହାତେଇବାକୁ ଉଦ୍ୟମ

image courtesy - updateodisha.com

କନକ ବ୍ୟୁରୋ: ପ୍ରାର୍ଥୀ ତାଲିକା ଘୋଷଣା ପରେ ସୁନ୍ଦରଗଡ଼ ଜିଲ୍ଲାର ଅନେକ ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଛି। ଦଳୀୟ ସଂଗଠନରେ ନ ଥାଇ ଟିକେଟ୍ ପାଇଥିବା ଲୋକଙ୍କୁ ତୁରନ୍ତ ପରିବର୍ତ୍ତନ କରିବାକୁ ଉଭୟ ଦଳର ନେତା ହାଇକମାଣ୍ଡଙ୍କୁ ଲିଖିତ ପତ୍ର ଦେଇଛନ୍ତି। ପ୍ରାର୍ଥୀ ପରିବର୍ତ୍ତନ ନ ହେଲେ ଦଳ ବିରୋଧରେ କାମ କରିବାକୁ ଧମକ ମଧ୍ୟ ଦିଆଯାଇଛି।

publive-image

ଦୋଳ ପୂର୍ଣ୍ଣିମା ଦିନ ଭାରତୀୟ ଜନତା ପାର୍ଟିର ଟିକେଟ୍ ତାଲିକା ଘୋଷଣା କରାଯାଇଥିଲା। ଏଥିରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ନିହାର ରାୟ, ବଣାଇଁରୁ ଅନିଲ ବାର୍ଲା, ରାଜଗାଙ୍ଗପୁରରୁ ନିରସିଂହ ମିଞ୍ଜ, ତଳସରାରୁ ଭବାନୀ ଭୋଇ, ବୀରମିତ୍ରପୁରରୁ ଶଙ୍କର ଓରାମ ଓ ସୁନ୍ଦରଗଡ଼ରୁ କୁସୁମ ଟେଟେଙ୍କୁ ପ୍ରାର୍ଥୀ କରା ଯାଇଛି। ସୁନ୍ଦରଗଡ଼ରେ କୁସୁମଙ୍କୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ କେହି ଖୋଲାଖୋଲି ପ୍ରକାଶ କରି ନାହାନ୍ତି। କିନ୍ତୁ ରାଜଗାଙ୍ଗପୁରରେ ନରସିଂହଙ୍କ ପ୍ରାର୍ଥୀତ୍ବକୁ ଦଳୀୟ ନେତାମାନେ ତୀବ୍ର ବିରୋଧ କରିଛନ୍ତି। ଟିକେଟ୍ ତାଲିକା ଘୋଷଣା ପରେ ଦଳୀୟ ନେତାମାନେ ବିଜେପିର ସୁନ୍ଦରଗଡ଼ ଜିଲ୍ଲା ସଭାପତିଙ୍କୁ ଭେଟି ପ୍ରାର୍ଥୀ ତାଲିକା ପରିବର୍ତ୍ତନ କରିବାକୁ ଲିଖିତ ଭାବେ ଜଣାଇଥିଲେ।

publive-image

ସେମାନେ ରାଜାମୁଣ୍ଡା ଯାଇ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜୁଏଲ୍ ଓରାମଙ୍କୁ ଭେଟି ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ ନ କଲେ ଦଳ ବହୁ କ୍ଷତି ସହିବ ବୋଲି ଚେତାବନୀ ଦେଇଥିଲେ। ରାଉରକେଲାରେ ନିହାରଙ୍କ ପ୍ରାର୍ଥିତ୍ବକୁ ନେଇ ଧୀରେନ୍ ସେନାପତିଙ୍କ ସମର୍ଥକମାନେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂଗଠନ ପାଇଁ ଦୀର୍ଘ ବର୍ଷ ଧରି କାମ କରୁଥିବା ଧୀରେନଙ୍କୁ ଟିକେଟ୍ ନ ଦେଇ ଅନ୍ୟ ଦଳରୁ ଆସି ମାତ୍ର କିଛି ବର୍ଷ କାମ କରିଥିବା ନିହାରଙ୍କୁ ଟିକେଟ୍ ଦେବା ଦ୍ବାରା ରାଉରକେଲାରେ ଦଳର ବିପର‌୍ୟ୍ୟୟ ହେବ ବୋଲି ସେମାନେ କହିଛନ୍ତି। ବଣାଇଁରେ ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ ହୋଇଛି।

publive-image

କଂଗ୍ରେସ ପକ୍ଷରୁ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ବଛା ଯାଇଥିଲେ ବି ସେ ଲଢ଼ିବେ ନାହିଁ ବୋଲି କହିଛନ୍ତି। ତେବେ ରାଉରକେଲାରେ ମୁକ୍ତିକାନ୍ତଙ୍କୁ କଂଗ୍ରେସ ଟିକେଟ୍ ଦିଆଯିବାକୁ ଦଳର ଅଧିକାଂଶ ନେତା ଓ କର୍ମୀ ଖୋଲା ବିରୋଧ କରିଥିଲେ। ଗତକାଲି କଂଗ୍ରେସ ନେତାମାନଙ୍କର ଏକ ବୈଠକ ଉଦିତନଗର ଠାରେ ଅନୁଷ୍ଠିତ ହୋଇଥିଲା। ଦଳର ପ୍ରାଥମିକ ସଦସ୍ୟ ନ ଥିବା ଏବଂ ଦଳର କୌଣସି କାର‌୍ୟ୍ୟ କରି ନ ଥିବା ମୁକ୍ତିକାନ୍ତଙ୍କୁ କେଉଁ ଆଧାରରେ ପ୍ରାର୍ଥୀ କରାଗଲା ସେ ସମ୍ପର୍କରେ ଦଳୀୟ ନେତୃବୃନ୍ଦଙ୍କୁ ପ୍ରଶ୍ନ କରିଥିଲେ।

publive-image

ରଘୁନାଥପାଲୀରେ ବିଜେଡିରୁ ଆସି ଟିକେଟ୍ ପାଇଥିବା ପ୍ରଶାନ୍ତ ସେଠୀଙ୍କୁ ମଧ୍ୟ କଂଗ୍ରେସର ବହୁ ଆଶାୟୀ ବିରୋଧ କରି ହାଇକମାଣ୍ଡଙ୍କୁ ପତ୍ର ଲେଖିଛନ୍ତି। ବଣାଇଁରେ ସିପିଏମ୍ ସହିତ ଆସନ ବୁଝମଣା ଯୋଗୁଁ ଟିକେଟ୍ ଆଶାୟୀ ଜନାର୍ଦ୍ଦନ ଦେହୁରୀଙ୍କ ସମେତ ବହୁ ଆଶାୟୀ ନେତା ଅସନ୍ତୁଷ୍ଟ। ଶ୍ରୀ ଦେହୁରୀ ବର୍ଷ ବର୍ଷ ଧରି କଂଗ୍ରେସ ସଂଗଠନକୁ ବଞ୍ଚାଇ ରଖିଥିବା ବେଳେ ତାଙ୍କ ସହିତ ଆଲୋଚନା ନ କରି ସିପିଏମ୍ ସହ ମେଣ୍ଟକୁ ତାଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ସୁନ୍ଦରରଗଡ଼ରେ ହେମାନନ୍ଦ ବିଶ୍ବାଳଙ୍କ ସାନ ଝିଅ ଅମିତା ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯିବାକୁ ମଧ୍ୟ ବିରୋଧ କରାଯାଇଛି। ହେମାନନ୍ଦଙ୍କ ବଡ଼ ଝିଅ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବାରୁ ଅମିତାଙ୍କୁ ଟିକେଟ୍ ନ ଦେବାକୁ ବିଧାନସଭା କ୍ଷେତ୍ରର ଦଳୀୟ ନେତାମାନେ ଅଡି ବସିଥିଲେ। କିନ୍ତୁ ତାଙ୍କୁ ପ୍ରାର୍ଥୀ କରାଯିବା ପରେ କଂଗ୍ରେସ ଅସନ୍ତୋଷ ତେଜିବାରେ ଲାଗିଛି। ସେଠାରେ କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ଜଟିଆ ମୁଣ୍ଡା ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି।

publive-image

ରାଜଗାଙ୍ଗପୁରରେ ଡ. ରାଜନ ଏକ୍କାଙ୍କୁ ପ୍ରାର୍ଥୀ କରାଯିବା ପରେ ପୂର୍ବତନ ବିଧାୟକ ଗ୍ରୀଗୋରି ମିଞ୍ଜ ମଧ୍ୟ କ୍ଷୁବ୍ଧ। ତାଙ୍କ ସମର୍ଥକମାନେ ନିର୍ବାଚନରେ ରାଜନଙ୍କୁ ଖୋଲା ବିରେଧ କରିବେ ବୋଲି ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନରେ ଟିକେଟ୍ ନିକଟରେ ଦଳକୁ ପ୍ରବେଶ କରିଥିବା ଜର୍ଜ ତିର୍କୀ ପାଇଥିବାବେଳେ ବୀରମିତ୍ରପୁରରେ ନିର୍ବାଚନରେ ଅଭିଜ୍ଞତା ନ ଥିବା ତାଙ୍କ ପୁଅଙ୍କୁ ଟିକେଟ୍ ଦିଆଯିବାକୁ ବହୁ ପୁରୁଖା କଂଗ୍ରେସ ନେତା ଓ ଆଶାୟୀ ବିରୋଧ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe