କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକଟ ତାତି । ଆଜି ରାଜ୍ୟ କଂଗ୍ରେସର କିଛି ମହିଳା କର୍ମୀ ରାଜ୍ୟ କଂଗ୍ରେସ ଭବନ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ମହିଳାମାନେ ଖାସ୍ କରି ଟିକଟ ଦାବି କରିଛନ୍ତି । ମହିଳାଙ୍କୁ ଟିକଟ ଦେବାକୁ ଦାବି କରି ଫାଟକରେ ତାଲା ପକାଇ ଧାରଣାରେ ବସଛନ୍ତି ମହିଳାମାନେ । ଟିକଟ ଦାବି କରୁଥିବା ମହିଳା କଂଗ୍ରେସ କର୍ମୀ , ପିସିସି ସଭାପତିଙ୍କୁ ଚେତାବନୀ ଦେଇଛନ୍ତି , ଯଦି ଟିକଟ ନମିଳେ, ତେବେ ସେମାନେ ସଭିଏଁ ଭୋଟ୍ ବର୍ଜନ କରିବେ ।
ରାଜ୍ୟ କଂଗ୍ରେସରେ ଟିକେଟ୍ କଳି । ବିଶେଷ କରି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେବା ପରେ ମହିଳାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିବା ପରିଲକ୍ଷିତ ହୋଇଛି । ଏପରିକି ବିଜୁ ଜନତା ଦଳ ପକ୍ଷରୁ ଲୋକସଭା ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ନିର୍ବାଚନ ଯେତିକି ପାଖଉଛି, ଟିକେଟକୁ ନେଇ ଅସନ୍ତୋଷ ସେତିକି ବଢିବାରେ ଲାଗିଛି । ଏପରିକି ଟିକେଟ୍ ନପାଇ ଅନେକ ନେତା ଦଳ ଛାଡୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/CONGRESS-BHAVAN_00007.jpg)