ଧନ୍ୟବାଦ ଓ ଶୁଭେଛା ଆଳରେ ଟିକେଟ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ । ନବୀନ ନିବାସ ଆଗରେ ଅସମ୍ଭାଳ ଭିଡ଼

535

କନକ ବ୍ୟୁରୋ : ନବୀନ ନିବାସରେ ଅସମ୍ଭାଳ ଭିଡ । ଧନ୍ୟବାଦ ଆଳରେ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ । ଟିକେଟ୍ ପାଇଁ ଜୋର୍ ଧରୁଛି ଲବି । ବସ୍ତାକୁ ଏନଏସି ମାନ୍ୟତା ପରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ସୁବାସିନୀ ଜେନାଙ୍କ ପୋଷ୍ଟର ଧରି ସମର୍ଥକମାନେ ନବୀନ ନିବାସରେ ପହଂଚିଛନ୍ତି । ଏହାସହ ପଂଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ ତଥା ପୂର୍ବତନ ସାଂସଦ ଅମର ପଟ୍ଟନାୟକ ବି ନବୀନ ନିବାସରେ ଅଛନ୍ତି । ସେପଟେ ଆଜି ନବୀନ ନିବାସରେ ପହଂଚିଛନ୍ତି ବିଜେଡି କର୍ପୋରେଟର୍ ଅମରେଶ ଜେନା ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନା । ଦୁଇଜଣଙ୍କ ମଧ୍ୟରେ ରାଜନୈତିକ ବିବାଦ ଥିବା କୁହାଯାଉଥିବା ବେଳେ ଆଜି ଉଭୟଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି ।