ବୀରମିତ୍ରପୁରରେ ବଢୁଛି ଆଶାୟୀଙ୍କ ସଂଖ୍ୟା । ଦଳ ଦଳ ମଧ୍ୟରେ ଚାଲିଛି କସରତ । ବୁଥ୍ ସ୍ତରରେ ଘନ ଘନ ବୈଠକ ସହ ସଭା ସମିତି

152

କନକ ବ୍ୟୁରୋ : ଆଗକୁ ଆସୁଛି ନିର୍ବାଚନ । ଏନେଇ ରାଜନୈତିକ ମାହୋଲ ସରଗରମ ହୋଇପଡିଛି । ଦଳ ଦଳ ମଧ୍ୟରେ ଲାଗିଛି ଟକ୍କର । ନିର୍ବାଚନୀ ମଇଦାନରେ ରଣନୀତି ଆରମ୍ଭ କରିଦେଇଛନ୍ତି ଆଶାୟୀ । ସେହିଭଳି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଆଶାୟୀ ମାନଙ୍କର ସଂଖ୍ୟା ଅଧିକ ରହିଥିବା ଜଣାପଡିଛି । ଜର୍ଜ ତିର୍କୀ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଦଳ କାହାକୁ ଟିକେଟ ଦେବ ସେ ନେଇ କଂଗ୍ରେସର ପ୍ରାର୍ଥୀ ଖୋଜା ଚାଲିଛି । କଂଗ୍ରେସ ଦଳ ପକ୍ଷରୁ ଫୁଲ ଦମରେ ପ୍ରସ୍ତୁ୍ତି ଚାଲିଛି । ଏନେଇ ବିଭିନ୍ନ ସ୍ଥାନରେ ଘନ ଘନ ବୈଠକରୁ ନେଇ ସଭାସମିତି ମାନ ଆୟୋଜନ କରାଯାଉଛି । ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜର୍ଜ ତିର୍କୀଙ୍କର ପତିଆରା ରହିଛି । ଲୋକପ୍ରିୟତା ସାଙ୍ଗକୁ ନିଜସ୍ୱ ଭୋଟର ମଧ୍ୟ ରହିଛନ୍ତି ।

ଜର୍ଜ ତିର୍କୀଙ୍କ ଲୋକପ୍ରିୟତା ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ତାଙ୍କର ନିଜସ୍ୱ ଭୋଟର ଓ ଲୋକପ୍ରିୟତା କାରଣରୁ ବିଜେଡି ଦଳ ଗଠନ ହେବା ପରେ ବି ବିରମିତ୍ର୍ରପୁର ବିଧାନସଭା ଆସନଟିକୁ ନିଜ ଅକ୍ତିଆରକୁ ନେଇ ପାରିନି ।

ବୀରମିତ୍ରିପୁର ନିର୍ବାଚନ ମଣ୍ଡଳିରେ ଶାସକ ଦଳରେ ଅତି କମରେ ୮ଜଣରୁ ଅଧିକ ଆଶାୟୀ ପ୍ରର୍ଥୀ ଥିବାର ଜଣାପଡିଛି । ସେପଟେ ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ମାହୋଲ ସେତିକି ସରଗରମ ହେବାରେ ଲାଗିଛି ।