ଭାରତୀୟ ସେନାକୁ ଧନ୍ୟବାଦ ଦେଲା ତିବ୍ୱତ୍ : ଚୀନ୍ ବାଣିଜ୍ୟ ଦୂତାବାସ ଆଗରେ ତିବ୍ୱତ୍ ଯୁବ କଂଗ୍ରେସର ପ୍ରଦର୍ଶନ , ଭାରତ ସପକ୍ଷରେ ନାରା ଲଗାଇଲା ତିବ୍ୱତ୍ ଯୁବ କଂଗ୍ରେସ । ଦେଖନ୍ତୁ ଭିଡିଓ

550

ଭାରତ-ଚୀନ୍ ଭିତରେ ଚାଲିଥିବା ସଂଘର୍ଷ ଭିତରେ କାନାଡ଼ାର ଏକ ତିବ୍ୱତ୍ ସମୁହ ଚୀନ୍ ବିରୁଦ୍ଧରେ ପ୍ରଦର୍ଶନ କରିଛି । ଚୀନ୍ ବିରୁଦ୍ଧରେ ପ୍ରଦର୍ଶନ କରି ଭାରତୀୟ ସେନାକୁ ସମର୍ଥନ କରିଛି ଏହି ସମୁହ । ଟରୋଣ୍ଟୋରେ ଆୟୋଜିତ ଏହି ପ୍ରଦର୍ଶନରେ ତିବ୍ୱତ୍ ଯୁବ କଂଗ୍ରେସ ଭାରତୀୟ ସେନାକୁ ଧନ୍ୟବାଦ ଦେଇଛନ୍ତି । ପ୍ରଦର୍ଶନରେ ତିବ୍ୱତକୁ ସ୍ୱାଧୀନତା ଦେବା ପାଇଁ ମଧ୍ୟ ନାରା ଲଗାଯାଇଛି ।

ଏପ୍ରିଲ୍ ମାସରୁ ଚୀନ୍ ଏବଂ ଭାରତ ଭିତରେ ପୂର୍ବ ଲଦାଖର ଭୁଭାଗକୁ ନେଇ ବିବାଦ ଦେଖାଦେଇଥିଲା । ଜୁନ୍ ୧୫ ଏହା ହିଂସାତ୍ମକ ଆକ୍ରମଣର ରୂପ ନେଲା । ଯେଉଁଥିରେ ଭାରତର ୨୦ ଯବାନ୍ ସହିଦ୍ ହୋଇଗଲେ । ନ୍ୟୁଜ୍ ଏଜେନ୍ସି ଏଏନଆଇ ସେୟାର୍ କରିଥିବା ଏହି ଭିଡିଓଟି ଟରୋଣ୍ଟୋରୁ ଉତ୍ତୋଳନ କରାଯାଇଛି । ଭିଡିଓରେ ଚୀନ୍ ବାଣିଜ୍ୟ ଦୂତାବାସ ଆଗରେ ତିବ୍ୱତ୍ ଯୁବ କଂଗ୍ରେସ ପ୍ରଦର୍ଶନ କରୁଥିବାର ନଜର ଆସୁଛନ୍ତି । ପ୍ରଦର୍ଶନରେ “ତିବ୍ୱତ୍ ଭାରତ ସାଙ୍ଗରେ ଅଛି , ଧନ୍ୟବାଦ ଭାରତୀୟ ସେନା ଏବଂ ଫ୍ରି ତିବ୍ୱତ୍ ” ର ନାରା ଲଗାଉଛନ୍ତି ପ୍ରଦର୍ଶନକାରୀ ।