୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଝାରପଡା ଜେଲରେ ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳର ଟିଆଇ ପରେଡ୍ ଶେଷ ।

307

କନକ ବ୍ୟୁରୋ: ୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନର ଶେଷ ହେଲା ଟିଆଇ ପରେଡ୍ । ଆଜି ଝାରପଡା ଜେଲରେ ଅଭିଯୁକ୍ତ ବିବନର ଟିଆଇ ପରେଡ୍ ଶେଷ ହୋଇଛି । ଅନ୍ୟପଟେ ଟିଆଇ ପରେଡ ଶେଷ ହେବା ପରେ ପୀଡିତା ଜଣକ ପ୍ରତିିକ୍ରିୟା ଦେଇ କହିଛନ୍ତି ଯେ, ଟିଆଇ ପରେଡରେ ଯାହା ହୋଇଛି ତାହା କୋର୍ଟରେ ଜଣାପଡିବ ।

ଦୀର୍ଘ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାରେ କମିଶନରେଟ୍ ପୋଲିସ ମୁଖ୍ୟ ଅଭିଯୁକ୍ତ ବିବନକୁ ମୁମ୍ବାଇରୁ ଗିରଫ କରିଥିଲା । ଏହାପରେ ତାକୁ ଜେଲରେ ରଖାଯାଇଥିଲା । ଆଜି ପୀଡିତା ଜଣକ ଅଭିଯୁକ୍ତଙ୍କୁ ଚିହ୍ନିବାକୁ ଝାରପଡା ଜେଲକୁ ଯାଇଥିଲେ । ସେଠାରେ ଏହି ଟିଆଇ ପରେଡ୍ ଶେଷ ହୋଇଛି । ମାଜିଷ୍ଟ୍ରେଟ୍ ଓ ସିବିଆଇ ଅଧିକାରୀଙ୍କ ସାମ୍ନାରେ ଏହି ଟିଆଇ ପରେଡ୍ ଶେଷ ହୋଇଛି । ଟିଆଇ ପରେଡ୍ ନେଇ ପାଇଁ ମଙ୍ଗଳବାର ସିବିଆଇ ପକ୍ଷରୁ ଆବେଦନ କରାଯାଇଥିଲା । ଏହାପରେ ସ୍ପେଶାଲ ଜଜ୍ ଆଜି ଟିଆଇ ପରେଡ୍ କରିବା ପାଇଁ ଅନୁମତି ଦେଇଥିଲେ । ଏଥିରେ ଜଳନ୍ଧର ହିଁ ବିବନ ପୀଡିତା ଜଣକ ଚିହ୍ନଟ କରିବାର ଥିଲା । ୨୨ ବର୍ଷ ତଳର ଏହା ବହୁଚର୍ଚ୍ଚିତ ଘଟଣା ହୋଇଥିବାରୁ ଏହି ଟିଆଇ ପରେଡ୍ ଉପରେ ସମସ୍ତଙ୍କ ନଜର ରହିଥିଲା । ସେପଟେ ବିବନ ବିଶ୍ୱାଳଙ୍କୁ ଦୁଇଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି । ୪ ଓ ୫ ତାରିଖରେ  ଦୁଇ ଦିନ ଧରି ବିବନକୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।