କନକ ବ୍ୟୁରୋ: ୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନର ଶେଷ ହେଲା ଟିଆଇ ପରେଡ୍ । ଆଜି ଝାରପଡା ଜେଲରେ ଅଭିଯୁକ୍ତ ବିବନର ଟିଆଇ ପରେଡ୍ ଶେଷ ହୋଇଛି । ଅନ୍ୟପଟେ ଟିଆଇ ପରେଡ ଶେଷ ହେବା ପରେ ପୀଡିତା ଜଣକ ପ୍ରତିିକ୍ରିୟା ଦେଇ କହିଛନ୍ତି ଯେ, ଟିଆଇ ପରେଡରେ ଯାହା ହୋଇଛି ତାହା କୋର୍ଟରେ ଜଣାପଡିବ ।
ଦୀର୍ଘ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାରେ କମିଶନରେଟ୍ ପୋଲିସ ମୁଖ୍ୟ ଅଭିଯୁକ୍ତ ବିବନକୁ ମୁମ୍ବାଇରୁ ଗିରଫ କରିଥିଲା । ଏହାପରେ ତାକୁ ଜେଲରେ ରଖାଯାଇଥିଲା । ଆଜି ପୀଡିତା ଜଣକ ଅଭିଯୁକ୍ତଙ୍କୁ ଚିହ୍ନିବାକୁ ଝାରପଡା ଜେଲକୁ ଯାଇଥିଲେ । ସେଠାରେ ଏହି ଟିଆଇ ପରେଡ୍ ଶେଷ ହୋଇଛି । ମାଜିଷ୍ଟ୍ରେଟ୍ ଓ ସିବିଆଇ ଅଧିକାରୀଙ୍କ ସାମ୍ନାରେ ଏହି ଟିଆଇ ପରେଡ୍ ଶେଷ ହୋଇଛି । ଟିଆଇ ପରେଡ୍ ନେଇ ପାଇଁ ମଙ୍ଗଳବାର ସିବିଆଇ ପକ୍ଷରୁ ଆବେଦନ କରାଯାଇଥିଲା । ଏହାପରେ ସ୍ପେଶାଲ ଜଜ୍ ଆଜି ଟିଆଇ ପରେଡ୍ କରିବା ପାଇଁ ଅନୁମତି ଦେଇଥିଲେ । ଏଥିରେ ଜଳନ୍ଧର ହିଁ ବିବନ ପୀଡିତା ଜଣକ ଚିହ୍ନଟ କରିବାର ଥିଲା । ୨୨ ବର୍ଷ ତଳର ଏହା ବହୁଚର୍ଚ୍ଚିତ ଘଟଣା ହୋଇଥିବାରୁ ଏହି ଟିଆଇ ପରେଡ୍ ଉପରେ ସମସ୍ତଙ୍କ ନଜର ରହିଥିଲା । ସେପଟେ ବିବନ ବିଶ୍ୱାଳଙ୍କୁ ଦୁଇଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି । ୪ ଓ ୫ ତାରିଖରେ ଦୁଇ ଦିନ ଧରି ବିବନକୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/biban-biswal.jpg)