ୱାଏନାଡରେ ରାହୁଲଙ୍କ ପାଇଁ ବିଜେପିର ଚକ୍ରବ୍ୟୁହ ! କଂଗ୍ରେସ ଅଧ୍ୟକ୍ଷଙ୍କୁ ଟକ୍କର ଦେବେ ଭାରତ ଧର୍ମ ଜନସେନା ମୁଖ୍ୟ ତୁଷାର ଭେଲ୍ଲାପାଲ୍ଲୀ ।

147

କନକ ବ୍ୟୁରୋ : କେରଳର ୱାଏନାଡ୍ ଆସନ ପାଇଁ କାର୍ଡ ଖୋଲିଛି ଭାରତୀୟ ଜନତା ପାର୍ଟି । ଭାରତ ଧର୍ମ ଜନସେନାର ମୁଖ୍ୟ ତୁଷାର ଭେଲ୍ଲାପାଲ୍ଲୀଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରିଛି ବିଜେପି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ତେବେ ସବୁଠାରୁ ବଡ କଥା ହେଉଛି, ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ଆମେଠି ସମେତ ୱାଏନାଡରୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି । ଜନମତ ହାସଲ କରିବା ପାଇଁ ଚାଲିଛି ଗୋଟିଚାଳନା । ସେପଟେ ଦଳୀୟ ପ୍ରଚାର ମଧ୍ୟ ଜୋର ଧରିଛି । ବିଜେପି ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ମୁହଁ ହୋଇଥିବା ବେଳେ କଂଗ୍ରେସର ପ୍ରଚାର ମଙ୍ଗ ଧରିଛନ୍ତି ରାହୁଲ ଗାନ୍ଧି । ଏପରିକି ବିଭିନ୍ନ ରାଲି ଏବଂ ସଭା କରି ଏହି ଦୁଇ ନେତା, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ।