ଆସନ୍ତା ୨୪ ଘଂଟାରେ ୧୪ ଜିଲ୍ଲାକୁ କାଳବୈଶାଖୀ । ପବନ ସହ ସ୍ୱଳ୍ପ ଧରଣର ବର୍ଷା ସମ୍ଭାବନା

399

କନକ ବ୍ୟୁରୋ : ଆସନ୍ତା ୨୪ ଘଂଟାରେ ରାଜ୍ୟରେ ୧୪ ଟି ଜିଲ୍ଲାକୁ କାଳବୈଶାଖୀ ସହ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ । ଏ ନେଇ ଆଞ୍ଚଳିକ ପାଣପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ ରାଜ୍ୟର କୋରାପୁଟ, କନ୍ଧମାଳ, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ବୈଦ୍ଧ, ନୟାଗଡ, ଗଞ୍ଜାମ ଯାଜପୁର, କେଉଁଝର,ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ଝଡବର୍ଷା ସହ ଘଡଘଡି ହୋଇପାରେ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୩୦/୪୦ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ନବରଙ୍ଗପୁର, କୋରାପୁଟ, ମାଲକାନଗିରିର କିଛି ଅଞ୍ଚଳରେ ଝଡବର୍ଷା ସହ କୁଆପଥର ମାଡ ମଧ୍ୟ ହୋଇପାରେ ।

ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ତାପମାତ୍ରା ଖସୁଛି । ମାତ୍ର ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାସହ ଆଗାମୀ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଜାରି ରହିବ ବୋଲି କୁହାଯାଇଛି ।