କନକ ବ୍ୟୁରୋ : ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତ ହେବାର ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଂଟା ମଧ୍ୟରେ କାଳ ବୈଶାଖୀ ଓ ବଜ୍ରପାତ ଆଶଂକା ଥିବା ଜିଲ୍ଲାଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ରହିଛି। ଏହି ସମୟରେ ୩୦ରୁ ୪୦କିମି ବେଗରେ ପବନ ହେବାର ବି ସମ୍ଭାବନା ରହିଛି।

Advertisment

ଏଥିସହିତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂ୍ଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୪ଦିନ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ଆସିପାରେ। କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଯାବତ ବୌଦ୍ଧରେ ସର୍ବାଧିକ ୩୯.୮ଡିଗ୍ରି ସେଲସିୟମ ତାପମାତ୍ରା ଥିବାବେଳେ ଫୁଲବାଣୀରେ ୧୯.୫ଡିଗ୍ରି ତାପମାତ୍ରା ରହିଛି।