କନକ ବ୍ୟୁରୋ: ଆଗାମୀ ୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବଜ୍ରପାତ ଅଘଟଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସତର୍କ ରହିବା ପାଇଁ ସଚେତନ କରିଛି ପାଣିପାଗ ବିଭାଗ । ଗତ କିଛି ଦିନ ହେଲା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି । ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିବା ସହ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଉଛି ।
ଆଗାମୀ ୩ ଘଣ୍ଟା ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ
/kanak/media/post_attachments/wp-content/uploads/2023/06/1111.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)