କନକ ବ୍ୟୁରୋ: ଅସହ୍ୟ ତାତି ଭିତରେ ୬ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ କେନ୍ଦ୍ର । ୟେଲୋ ୱାର୍ଣ୍ଣିଂ ଜାରି କରି ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ସଜାଗ ରହିବାକୁ ପରାମର୍ଶ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାତି ଭୀଷଣ ହେଉଥିବାବେଳେ ଆଗାମୀ ୩ ଘଣ୍ଟା ଭିତରେ ୬ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଏହି ୬ ଜିଲ୍ଲା ଗୁଡ଼ିକ ମଧ୍ୟରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, କଟକ, ଗଞ୍ଜାମ ଏବଂ ନୟାଗଡ଼ ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲା ଗୁଡ଼ିକରେ ବର୍ଷା ସହ ବଜ୍ରପାତ ବିପଦ ଥିବା ପୂର୍ବାନୁମାନ କରାଯାଇଛି । ତେଣୁ ଏନେଇ ସଭିଏଁ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।