ବର୍ଷା, ଘଡଘଡି ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଆଗାମୀ ୩ ଘଣ୍ଟା ଭିତରେ ଗଞ୍ଜାମର କିଛି ସ୍ଥାନରେ ଘଡଘଡି ସହ ବର୍ଷା ଆଶଙ୍କା ।

193

କନକ ବ୍ୟୁରୋ: ବର୍ଷା ଓ ଘଡଘଡି ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଆଗାମୀ ତିନି ଘଂଟା ଭିତରେ ଗଂଜାମର କିଛି ସ୍ଥାନରେ ବର୍ଷା ସହ ଘଡଘଡିର ଆଶଙ୍କା ଥିବାନେଇ କଲା ସତର୍କ । ଫଳରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଓ ଘଡଘଡିର ସ୍ଥିତି ଦେଖି ଘରୁ ବାହାରକୁ ବାହରିବାକୁ କୁହାଯାଇଛି ।

ସେପଟେ ରାଜ୍ୟରେ ତିନି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଆଜି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବଜ୍ରପାତ ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆଜି ସକାଳେ ପ୍ରବଳ ବର୍ଷା ସହ ବଜ୍ରଘାତ ହୋଇଛି । ଭୋଗରାଇରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ମୋବାଇଲ ବ୍ୟବହାର କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।