ଦୁଇ ଦିନ ଯାଏଁ ଓଡ଼ିଶାକୁ ସତର୍କ ଘଣ୍ଟି ! ଆସନ୍ତା ୪୮ ଘଣ୍ଟା ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ବିପଦଥିବା ସମ୍ଭାବନା, ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ ।

Advertisment
ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କା‌ଳବୈଶାଖୀ ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ: ଓଡ଼ିଶାକୁ ସତର୍କ ଘଣ୍ଟି । କରୋନା ଲଢ଼େଇ ଭିତରେ ଆସନ୍ତା ୨ ଦିନ ଯାଏଁ କାଳବୈଶାଖୀ ନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବା ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ସହ ବଜ୍ରପାତ ବିପଦ ଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ।

ତେବେ ଆଗାମୀ ୨ଦିନ ପର୍ଯ୍ୟନ୍ତ ବର୍ଷା ଏବଂ ବଜ୍ରପାତ-କାଳବୈଶାଖୀ ବିପଦ ଥିବା ଦେଶର ବିଭିନ୍ନ ସ୍ଥାନ ମଧ୍ୟରେ ଅଛି: ପଞ୍ଜାବ ଉତ୍ତର ହରିୟାଣା, କର୍ଣ୍ଣାଟକ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶ । ସେହିଭଳି ତେଲେଙ୍ଗାନା, ବିଦର୍ଭ, ସିକିମ୍, ଓଡ଼ିଶା, ବିହାର, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ପୁଡୁଚେରୀ, ତାମିଲନାଡୁ, ଛତିଶଗଡ଼, ଝାଡ଼ଖଣ୍ଡ, ଅରୁଣାଚଳପ୍ରଦେଶ, ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ ଭଳି ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି ।

ଅନ୍ୟପଟେ ଆସନ୍ତାକାଲି ଭିତରେ ଗୋଆ, ଦକ୍ଷିଣ ଗୁଜୁରାଟ, କେରଳ, ପଶ୍ଚିମ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିଦର୍ଭ ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ଲକ୍ଷଦ୍ୱୀପ ଭଳି ସ୍ଥାନରେ ପ୍ରବଳୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ସମୟରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe