ଆଜି ବି ରାଜ୍ୟରେ ହେବ କାଳବୈଶାଖୀ ବର୍ଷ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ୟୋଲୋ ୱାର୍ଣ୍ଣିଂ

7,009

କନକ ବ୍ୟୁରୋ: ଆଜି ବି ରାଜ୍ୟରେ ହେବ କାଳବୈଶାଖୀ ବର୍ଷା । ଆଜି ୯ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଗତକାଲି ତାଣ୍ଡବ ରଚିଥିଲା କାଳବୈଶାଖୀ ବର୍ଷା । ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଦିନ ଗୋଟିଏ ବେଳକୁ ଭୁବନେଶ୍ୱର ସମେତ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଅଂଚଳରେ ପାଗ ସଂପୂର୍ଣ୍ଣ ବଦଳି ଯାଇଥିଲା । କାଳବୈଶାଖୀ ବର୍ଷା ଯୋଗୁ ୮ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିଥିଲା । ତୁହାକୁ ତୁହା ବର୍ଷା ଓ ପବନ ଯୋଗୁ ଶତାଧିକ ଗଛ ଉପୁଡି ପଡ଼ିଥିଲା ।