କନକ ବ୍ୟୁରୋ: ପାରଳାଖେମୁଣ୍ଡିରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଶିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ କିଛି ଦିନ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗଁକ ସାଧାରଣ ଲୋକେ ଛଟପଟ ହେଉଥିବା ବେଳେ ଆଜିର ବର୍ଷା ଲୋକଙ୍କୁ ଯଦିଓ ଆଶ୍ୱସ୍ତ କରିଛି କିନ୍ତୁ କାଳବୈଶାଖୀରେ ଗଛ ସବୁ ଉପୁଡିପଡିବା ସହ ଅନେକ ଘର କ୍ଷତିଗ୍ରସ୍ତ କରିଛି । ଫଳରେ ଅନେକ ସ୍ଥଶନରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି ।
ଗତ କିଛି ଦିନ ହେଲା ପାରଳାଖେମୁଣ୍ଡି ସହର ସମେତ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିଲା । ଆଜି ଦିନ ତମାମ ମଧ୍ୟ ପ୍ରବଳ ଗରମ ରହିଥିଲା । ତେଣୁ ଲୋକେ ତ୍ରାହି ତ୍ରାହି ଡାକୁଥିଲେ । ହେଲେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଠାତ୍ ଝଡ ତୋଫାନ ଆରମ୍ଭ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/th.jpg)