କନକ ବ୍ୟୁରୋ: ପ୍ରଚଣ୍ଡ ତାତି ଭିତରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣି ଦେଇଥିଲେ ବି ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି । କେଉଁଠି ବଡ଼ ବଡ଼ ଗଛ ଉପୁଡି ପଡିଛି ତ ଆଉ କେଉଁଠି ଆଜବେଷ୍ଟସ ଉଡିଯାଇଛି । ଏପରିକି ଦିନ ବେଳା କଳାହାଣ୍ଡିଆ ମେଘ ଘୋଟି ଆସିବା ଫଳରେ ଅଚାନକ ଅନ୍ଧାର ହୋଇଯାଇଥିଲା । ୩ ଘଣ୍ଟାର ନିର୍ଦ୍ଧୁମ ବର୍ଷା ସହ ଘଡ଼ଘଡ଼ି ଓ ପବନ ବହିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ।
କଟକରେ କାଳବୈଶାଖୀର ତାଣ୍ଡବ । ବାରଙ୍ଗ ଅଂଚଳରେ ବିରାଟ ଗଛ ପଡ଼ି କାର୍ ଚେପା । ଗାଡ଼ି ଚାଲକ ସାମାନ୍ୟ ଆହତ ହୋଇଛନ୍ତି । ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଛି । ସେହିପରି କଟକ ସଦର ଅଚଂଳରେ ବଜ୍ରପାତରୁ ନଡ଼ିଆ ଗଛରେ ନିଆଁ ଲାଗିଯାଇଥିଲ।। । ଏହିଭଳି ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଗଛ ପଡ଼ି ଯାଇଥିଲା । ଯେଉଁଥିପାଇଁ ରାସ୍ତାରେ ଅଳ୍ପ କିଛି ସମୟ ଯିବା ଆସିବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଗତକାଲି ସକାଳେ ଟାଇଁ ଟାଇଁ ଖରା ହେଉଥିଲା । କିନ୍ତୁ ଅପରାହ୍ନରେ କେହି କିଛି ବୁଝିବା ପୂର୍ବରୁ ତୁହାକୁ ତୁହା ପବନ ମାଡ଼ ହୋଇଥିଲା । ତା’ସାଙ୍ଗକୁ ନିର୍ଦ୍ଧୁମ୍ ବର୍ଷା ଛେଚିଥିଲା । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ନା’ ଆଗକୁ ରାସ୍ତା ଦେଖାଯାଉଥିଲା, ନା’ ଯାତାୟତ କରିବା ସମ୍ଭବ ହେଉଥିଲା । ଯିଏ ଯେଉଁଠି ଥିଲେ ସେଠାରେ ଅଟକି ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/05/2-45.jpg)