କନକ ବ୍ୟୁରୋ : ହଠାତ୍ ରାତିରେ ମାଡି ଆସିଲା ବର୍ଷ ସାଙ୍ଗକୁ ପବନ । ସକାଳକୁ ବଦଳିଗାଲା ଚାଷ ଜମିର ଚିତ୍ର । ପାଣିରେ ଶୋଇପଡିଲା ଧାନ, ମକା, କପା ଭଳି ଫସଲ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ୩ଟି ଗ୍ରାମପଂଚାୟତରେ କାଳବୈଶାଖୀ ବର୍ଷା, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ରାତି ୯ଟାରେ ହୋଇଥିବା କୁଆପଥର ବର୍ଷା ପ୍ରଭାବରେ ଧାନ, କପା, ଆଖୁ, ବିଭିନ୍ନ ପ୍ରକାର ଚାଷ ଓ ଡାଲି ଜାତୀୟ ଫସଲ ନଷ୍ଟ ହୋଇଛି । ବଡବଡ ଗଛ ଗୁଡିକ ଉପୁଡି ପଡିଛି । ବିଦ୍ୟୁତ୍ ଖୁଂଟ ଉପୁଡି ଯାଇଛି । ଗୋଲାମୁଣ୍ଡା ବ୍ଲକର ଚହକା, ଉଛୁଳା ଓ ବଡଚେରଗାଁ ଗ୍ରାମ ପଂଚାୟତରେ ଧାନ ଓ କପା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିଲରେ ବର୍ଷା ପାଣି ପ୍ରବାହିତ ହେଉଛି ।