କଟକ, ଭୁବନେଶ୍ୱର, ବାଲେଶ୍ୱରରୁ ଆସିଲା କାଳବୈଶାଖୀର ଚିତ୍ର: ଅପରାହ୍ନରେ ହାଲୁକା ବର୍ଷାରେ ତାତିରୁ ମିଳିଲା ଆଶ୍ୱସ୍ତି

142

କନକ ବ୍ୟୁରୋ: ଦିନର ପ୍ରଚଣ୍ଡ ତାତି ପରେ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣି ଦେଇଛି । ସନ୍ଧ୍ୟାରେ ଝିପି ଝିପି ବର୍ଷାରେ ଭିଜିଛି ଟୁଇନ ସିଟି ଭୁବନେଶ୍ୱର ଓ କଟକ ସହର । ସେପଟେ ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଦିନ ତମାମ୍ ଅସହ୍ୟ ତାତିରେ ଆଉଟୁ ପାଉଟୁ ହୋଇଥିବା ବେଳେ ସନ୍ଧ୍ୟାରେ ବର୍ଷା ଶାନ୍ତି ଆଣିଦେଇଛି । ଲୋକେ ବର୍ଷାରେ ଭିଜି ଭିଜି ଘରକୁ ଫେରୁଥିବା ଦେଖିବାକୁ ମିଳିଛି ।

ଆସନ୍ତା ୨୪ଘଂଟା ପାଇଁ ରାଜ୍ୟର ୨୦ଟି ଜିଲ୍ଲାରେ କାଳବୈଶାଖି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେହି ଜିଲ୍ଲାଗୁଡିକ ହେଉଛି ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି, ଗଂଜାମ, କନ୍ଧମାଳ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲା । ଏସବୁ ଜିଲ୍ଲାରେ ଆସନ୍ତା ୨୪ ଘଂଟାରେ ବିଜୁଳି ଘଡଘଡି ସହ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ଘଂଟାପ୍ରତି ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।