ରାତି ୮ଟା ଯାଏଁ ସର୍ତକ ରୁହନ୍ତୁ ! ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା, ୫ଟି ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

26

କନକ ବ୍ୟୁରୋ : ପୁଣି ଫେରିଲା କାଳବୈଶାଖୀ । ଆଜି ରାଜ୍ୟର ୫ଟି ଜିଲ୍ଲାରେ କାଳବୈଶାଖୀ ସହ ଝଡ଼ବର୍ଷାର ସମ୍ଭାବନା ରହିଛି । ଏନେଇ ସର୍ତକ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଇଏମଡି ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ, ଏହି ସମୟର ଘଡ଼ଘଡି ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ତେଣୁ ରାତି ୮ଟା ପର୍ଯ୍ୟନ୍ତ ଝଡ଼଼ବର୍ଷା ହେଉଥିବା ସମୟରେ ଘରୁ ନ ବାହାରିବାକୁ ସର୍ତକ କରିଛି ପାଣିପାଗ ବିଭାଗ ।

ଯେଉଁ ୫ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡିକ ହେଲା, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ ଓ ପୁରୀ । ତେବେ ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଝଡ଼ବର୍ଷା ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି ।ଏପରିକି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛ ପଡି ରହିଛି । ତେଣୁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ପଦାରେ ଯାତାୟତ ନକରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।