ରାତି ୭ଟା ସୁଦ୍ଧା କାଳବୈଶାଖୀ ବର୍ଷା ସମ୍ଭାବନା । ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।

ସତର୍କ ରୁହ ୧୨ ଜିଲ୍ଲା ! ସନ୍ଧ୍ୟା ୭ଟା ସୁଦ୍ଧା ଏହି ସବୁ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ : ୫ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ଓ ନୟାଗଡ଼ ଜିଲ୍ଲାକୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ସୂଚନା ଜାରି କରାଯାଇଛି । କନ୍ଧମାଳ, ରାୟଗଡ଼ା, ଗଂଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ଆଜି ରାତି ୭ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ବଜ୍ରପାତ ହୋଇପାରେ । ତେଣୁ ଏହି ସମୟରେ ସଂପୃକ୍ତ ଜିଲ୍ଲାର ଲୋକେ ଘରୁ ବାହାରକୁ ନ ବାହାରନ୍ତୁ ବୋଲି ପାଣିପାଗ ବିଭାଗ ପରାମର୍ଶ ଦେଇଛି ।ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ ଆଜି ରାତି ୭ଟା ପୂର୍ବରୁ ଉପରୋକ୍ତ ଜିଲ୍ଲା ଗୁଡ଼ିକର ଗୋଟିଏ ବା ୨ଟି ସ୍ଥାନରେ ଘଡଘଡି ସହିତ ବର୍ଷା ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe