କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଇସିଡିଏସର ସିଡିପିଓ । ୧ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । କଳାହାଣ୍ଡି ଥୁଆମୁଳ ରାମପୁରରେ ଅଙ୍ଗନୱାଡି କର୍ମୀ ଚୟନ ପାଇଁ ଲାଂଚ ନେଇଥିବା ବେଳେ ଧରିଛି ଭିଜିଲାନ୍ସ । ଭବାନୀପାଟଣା ବଡପଡା ବାସଭବନରେ ବୀର ସିଂ ଠାରୁ ଟଙ୍କା ନେଉଥିଲେ ସିଡିପିଓ । ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ, ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ୱାଳ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।
ଭିଜିଲାନ୍ସ ଜାଲରେ ଆଇସିଡିଏସର ସିଡିପିଓ : ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ
/kanak/media/post_attachments/wp-content/uploads/2021/10/97a039a8-c51f-4e0c-b479-9a681e59f681-750x430-1.jpg)