କନକ ବ୍ୟୁରୋ : ନିର୍ବାଚନ ସମୟରେ ଅଶାନ୍ତ ହେଉଛି ନିର୍ବାଚନୀ ହିଂସା । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି ଉପରକୁ କରିଛନ୍ତି ବୋତଲ ଓ ଢେଲା ମାଡ । ଏଥିରେ ପୋଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି । ପରବର୍ତ୍ତି ମୁହୁର୍ତ୍ତରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଛି ।
ଗତକାଲି ପୋଷ୍ଟର ମାରିବାକୁ ନେଇ ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ମାରଣାସ୍ତ୍ରରେ ଆକ୍ରମଣ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଖଲ୍ଲିକୋଟରେ ଉତ୍ତେଜନା ଲାଗି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/05/33-19.jpg)