ଆଜି କାର୍ତ୍ତିକ ମାସର ଚତୁର୍ଥ ସୋମବାର । ଚଳଚଞ୍ଚଳ ବାବା ଧବଳେଶ୍ୱରଙ୍କ ପୀଠ । ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ।

142

କନକ ବ୍ୟୁରୋ: ଆଜି ହେଉଛି କାର୍ତିକ ମାସର ଚତୁର୍ଥ ସୋମବାର । ଚଳଚଂଚଳ ବାବା ଧବଳେଶ୍ୱରଙ୍କ ପୀଠ । ବିଶ୍ୱାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବ । ଏହାସହ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଛନ୍ତି ।

ରାତି ୪ଟାରୁ ପହଡ଼ ଖୋଲାଯାଇ ୧୦୮ ଗରା କଳସରେ ସ୍ନାନ କରାଯାି ମଙ୍ଗଳ ଆଳତି କରାଯାଇଥିଲା । ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଓ ଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପାଇଁ ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।