ଶୀତଦିନେ କଣ୍ଠ ବସିଯିବା ବଡ ସମସ୍ୟା । କିପରି ପାଇବେ ମୁକ୍ତି?

356

କନକ ବ୍ୟୁରୋ: ଆସିଲାଣି ଶୀତ ଋତୁ । ଏହି ଦିନରେ ଗଳା ବା କଣ୍ଠ ଜନିତ ସଂକ୍ରମଣ ଅଧିକାଂଶଙ୍କ କ୍ଷେତ୍ରରେ ଦେଖାଯାଏ । ଏଥିରୁ ଉପଶମ ପାଇଁ ଏଲୋପାଥିକ ଔଷଧ ଅପେକ୍ଷା ଅଧିକ ଉପଶମ ମିଳିଥାଏ । ଘରୋଇ ତଥା ଆୟୁର୍ବେଦିକ ଚିକିତ୍ସାରେ । ଆସନ୍ତୁ ଜାଣିବା କିପରି କରିବା ଏହି ସମସ୍ୟାର ଚିକିିତ୍ସା । ଗଳାରେ ସଂକ୍ରମଣ ବା କାଶ ସମସ୍ୟା ପାଇଁ ବର୍ତ୍ତମାନ ସମସ୍ତେ ଚିନ୍ତାରେ ପ୍ରାୟ ରହୁଛନ୍ତି। ଯେତେବେଳେ ବି ଆପଣଙ୍କର ୩୮ ଡିଗ୍ରୀ ସେଣ୍ଟିଗ୍ରେଟରୁ ଅଧିକ ଜ୍ବର ଅନୁଭୂତ ହୋଇଥାଏ, ଗଳା ଫୁଲିବା, ଗିଳିବାରେ ସମସ୍ୟା କିମ୍ବା ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇଥାଏ ତେବେ ଜାଣନ୍ତୁ କି ଆପଣଙ୍କ ଗଳାର ସମସ୍ୟା ରହିଛି। ଗଳାରେ ଯଦି ସାମାନ୍ୟ ଯନ୍ତ୍ରଣା ଅନୁଭୂତ ହେଉଥାଏ, ତେବେ ଏହାକୁ ଅବହେଳା କରିବା ଠିକ୍ ନୁହେଁ ।

ଖାସ୍ ସ୍କୁଲ ପଢୁଆ ପିଲା ଏବଂ ଯୁବପିଢ଼ି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । ଗଳା ସଂକ୍ରମଣ ଷ୍ଟ୍ରେପଟୋକୋକାଲ ବ୍ୟାକ୍ଟେରିଆ ଦ୍ଵାରା ସୃଷ୍ଟି ହୋଇଯାଏ, ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍ କୁହାଯାଏ ।
ଏହାକୁ ମଧ୍ୟ ଷ୍ଟ୍ରେପଟୋକୋକାଲ ଫାରେନଜିଟିସ୍ କୁହାଯାଏ । ଏହାଦ୍ଵାରା ଗଳା, ଲସିକା ଗ୍ରନ୍ଥି ଓ ଟନସିଲ ଆଦି ଫୁଲିଯାଇ ଦରଜ ହୋଇଥାଏ । ଅନେକ ସମୟରେ ଗଳା ସଂକ୍ରମଣ ପ୍ରତି ଏତେଟା ନଜର ରହେନି ଏବଂ ଚିକିତ୍ସାରେ ବିଳମ୍ବ ହୋଇଯାଏ । ଏହା ଯଦି ସାଂଘାତିକ ରୂପ ନିଏ, ତେବେ ରୁମାଟିକ ଜ୍ଵର, ବୃକକ ଫୁଲିବା ଏବଂ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ଦେଖାଯାଏ ।

ଏଥିପାଇଁ ଆବଶ୍ୟକ ପରିମାଣରେ ବିଶ୍ରାମ ନିଅନ୍ତୁ । ଯଦି ସମ୍ଭବ ହେଉଛି, ବାହାରକୁ ନଯାଇ ଘରେ ଗୁହନ୍ତୁ । ପାଣି ପିଇବା ବନ୍ଦ କରନ୍ତୁନି, ଉଷୁମ ପାଣି ପିଇବା ଭଲ । ମସଲା ଏବଂ ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁନି । ନିୟମିତ ଭାବେ ଗାର୍ଗଳ କରନ୍ତୁ । ଧୂମପାନଠୁ ଦୂରେଇ ରୁହନ୍ତୁ । ହାତ ସବୁବେଳେ ସଫା ରଖନ୍ତୁ । ଛିଙ୍କ ଏବଂ କାଶ ସମୟରେ ପାଟି ରଖନ୍ତୁ ।

ଏହାସହ ଅନେକ ଲୋକଙ୍କର ଗଳା ବସିଯିବା ଦ୍ୱାରା କଥା କହିବାରେ ସମସ୍ୟା ଦେଖାଯାଏ । ଏପରି କ୍ଷେତ୍ରରେ ଘରୋଇ ଚିକିତ୍ସା କ୍ରମରେ କରନ୍ତୁ ଏସବୁ କାମ:
ବନ ଯୁଆଣି , ହଳଦୀ,ଅଁଳା,ଯବକ୍ଷାର,ଚିତାମୁଳ ସମାନ ଭାଗରେ ନେଇ ଚୁର୍ଣ୍ଣ କରିବ ଶୋହେ ଗ୍ରାମ ମହୁ ସହିତ ଗାଈ କ୍ଷୀର ପଚାଶ ଗ୍ରାମ ମିଶାଇ ରଖିବେ ପାଞ୍ଚ ଗ୍ରାମ ଚୁର୍ଣ୍ଣ ସହିତ ଦୁଇ ଚାମଚ ଘିଅ ମହୁ ମିଶାଇ ତିନିବେଳା ଦିନକୁ ସେବନ କଲେ ଗଳା ବସିଯିବା ସମସ୍ୟା ଦୂର ହୁଏ ।

ବରକୋଳି ପତ୍ର ଶହେ ଗ୍ରାମ ସହିତ ପଚିଶ ଗ୍ରାମ ସୋଇନଧବଲଵଣ ମିଶାଇ ବାଟି ଶହେ ଗ୍ରାମ ଗୁଆଘିଅ ସହିତ ଭାଜି ରଖିବେ ମାତ୍ର ଦଶ ଗ୍ରାମ ଲେଖାଏଁ ଦ୍ୱିବେଳ ସେବନ କଲେ ଗଳା ବସିଯିବା ସମସ୍ୟା ଦୂର ହୁଏ ।ପିପପଳି .ମରିଚ ,ଶୁଣ୍ଠୀ ସମଭାଗରେ ଚୁର୍ଣ୍ଣ କରି ଗୋମୂତ୍ର ଦ୍ୱାରା ଭାବନା ଦେଇ ଖରାରେ ଶୁଖାଇ ରଖିବ ପାଞ୍ଚ ଗ୍ରାମ ଲେଖାଏଁ ଦିନକୁ ଦୁଇ ଗ୍ରାମ ସେବନ କଲେ କଫଜ ସ୍ୱର ଭଙ୍ଗ ନଷ୍ଟ ହୁଏ ।ଗାଈ କ୍ଷୀର ଏକ ଗ୍ଲାସ ସହିତ ଅଁଳା ଚୁର୍ଣ୍ଣ ଏକ ଚାମଚ ମିଶାଇ ସକାଳ ସନ୍ଧ୍ୟାରେ ପାନକଲେ ମଧ୍ୟ ଗଳା ବସିଯିବା ସମସ୍ୟା ଦୂର ହୁଏ ।

ଗଳା ସଂକ୍ରମଣ ସମସ୍ୟାରେ ଅମୋଘ ପଥି ହେଉଛି ପୁରୁଣା ଗୁଆ ଘିଅ । ପୁରୁଣା ଘିଅ ଓ ପୁରୁଣା ଗୁଡ଼ ସହିତ ଅନ୍ନ ଭୋଜନ କରି ଉଷୁମ ପାଣି ପିଇବ । ଉଷୁମ ଜଳ ସହିତ ମହୁ ମିଶାଇ ଦିନକୁ ଦୁଇଥର ଖାଲି ପେଟରେ ପାନକରିବ ପିତ୍ତଜ ସ୍ୱରଭଙ୍ଗରେ ଲେମ୍ବୁ ମିଶ୍ରି ସରବତ ସକାଳ ସନ୍ଧ୍ୟାରେ ପାନ କରିବ ଏବଂ ଦ୍ୱିପହର ରେ ଖିର ,ଭାତ ସେବନ ସେବନ କରିବ ।

ଗଳା ବସିଯିବା ସମସ୍ୟାରେ ଅଧିକ ଆୟୁର୍ବେଦ ଚିକିତ୍ସା ରେ ହିଁ ଅଧିକ ସୁଫଳ ମିଳି ଥାଏ କୌଣସି ବ୍ୟକ୍ତିର କଣ୍ଠ ସ୍ୱରରେ ଅସ୍ଵାଭାବିକତା ପରିଲକ୍ଷିତ ହେଲେ ଏବଂ ଏହି ଅସୁବିଧା ଦୁଇ ସପ୍ତାହରୁ ଅଧିକ ହେଲେ ତାହାକୁ ସ୍ୱରଭେଦ ବୋଲି ବୁଝିବାକୁ ହେବ ତେଣୁ ଆୟୁର୍ବେଦ ଚିକିତ୍ସକ ମାନଙ୍କ ପରାମର୍ଶ ରେ ଔଷଧ ସେବନ କରିବା ଉଚିତ ।ଏହି ପଥିରୁ ଯେ କୌଣସି ଗୋଟିଏକୁ ଆପଣାନ୍ତୁ ।ଅନ୍ତତଃ ସପ୍ତାହେ ଏହାର ଚିକିତ୍ସା ଜାରି ରଖନ୍ତୁ ଏବଂ କଣ୍ଠ ଜନିତ ସମସ୍ୟାରୁ ମୁକ୍ତି ପାଆନ୍ତୁ ।