କନକ ବ୍ୟୁରୋ: ୫ ଟଙ୍କା ଖୁଚୁରା ପାଇଁ ସୋର ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ । ଖୁଚୁରା ପଇସା ପାଇଁ ଗଣ୍ଡଗୋଳ ଘଟି ପେଟ୍ରୋଲ ପମ୍ପର କର୍ମଚାରୀ ଗ୍ରାହକଙ୍କୁ ମାଡ ମାରିବା ସହ ଆଣ୍ଠେଇ ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ଘଟଣା ଘଟିଛି ।
ଖବର ଅନୁସାରେ ବାଲେଶ୍ୱରର ୩ ଜଣ ଯୁବକ ମାର୍କୋଣାସ୍ଥି ନିଜ ଉଭଣୀ ଘରକୁ ଆସିଥିଲେ । ତେବେ ଗତକାଲି ରାତିରେ ଫେରିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ଉତରେଶ୍ୱର ବଜାର ନିକଟରେ ଥିବା ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଏହା ପରେ ୫ ଟଙ୍କାକୁ ନେଇ କର୍ମଚାରୀ ଓ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିଲା । ପରେ କର୍ମଚାରୀମାନେ ୩ ଜଣ ଯୁବକଙ୍କୁ ରାସ୍ତା ମଝିରେ ଆଣ୍ଠେଇ ଦେଇଥିଲେ । ପୋଲିସ ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରିଥିଲା ।
Follow Us/kanak/media/post_attachments/wp-content/uploads/2019/03/vlcsnap-2019-03-24-10h30m51s839-300x165.png)