କେରଳର କୋଚ୍ଚିରେ ୩ ବର୍ଷର ଜଣେ କୁନିଝିଅକୁ କରୋନା ଭାଇରସ୍ ଆକ୍ରାନ୍ତ କରିଥିବା ଜଣାପଡିଛି । ଏହି ଶିଶୁ ଶରୀରରେ କରୋନା ଭାଇରସ୍ ଥିବାର ଜଣାପଡିବା ପରେ ଦେଶରେ ଏବେ କେବିଡ୍ -୧୯ ର ରୋଗୀଙ୍କ ସଂଖ୍ୟା ବଢି ୪୧ ହୋଇଛି । ଏହି ଝିଅଟି ନିକଟରେ ବାପା ମା’ଙ୍କ ସହ ଇଟାଲୀ ବୁଲିବାକୁ ଯାଇଥିଲା । ମାର୍ଚ୍ଚ ୭ ତାରିଖରେ ପରିବାର ଦୁବାଇରୁ କୋଚ୍ଚି ପହଁଚିଥିଲା । କୋଚ୍ଚି ବିମାନବନ୍ଦରରେ ସ୍କ୍ରିନିଙ୍ଗ୍ ସମୟରେ ଶିଶୁ ମଧ୍ୟରେ କରୋନା ସଂକ୍ରମଣର ଆଶଙ୍କା ହେବା ପରେ ସମ୍ପୁର୍ଣ୍ଣ ପରିବାରକୁ ଆଇସୋଲେଟେଡ୍ କରାଯାଇଥିଲା । ସମସ୍ତଙ୍କ ରକ୍ତ ନମୂନାକୁ ଜାଞ୍ଚ୍ କରିବା ପାଇଁ ପୁଣେ ପଠାଯାଇଥିଲା । ଯେଉଁଠାରେ ଶିଶୁଟି ମଧ୍ୟରେ କରୋନା ଭୁତାଣୁ ଥିବା କଥା ଜଣାପଡିଥିଲା ।
ଭାରତରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : କୋଚ୍ଚିରେ ୩ ବର୍ଷର ଝିଅକୁ କବଳିତ କଲା କରୋନା , ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୪୧
/kanak/media/post_attachments/wp-content/uploads/2020/03/virus1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)