କନକ ବ୍ୟୁରୋ: ୟାମାହା ଲଞ୍ଚ କରିଛି ୩ ଚିକଆ ଆଡଭାନ୍ସ ସ୍କୁଟର ‘ୟାମାହା ଟ୍ରିସିଟି’ । ଡ୍ରାଇଭିଙ୍ଗ ସମୟରେ ସନ୍ତୁଳନ ରକ୍ଷା କରିବାକୁ ୟାମାହା ଏହି ସ୍ୱତନ୍ତ୍ର ଡିଜାଇନର ସ୍କୁଟର ଲଞ୍ଚ କରିଛି । ସ୍କୁଟରର ଆଗରେ ଦୁଇଟି ଚକା ରହିଛି ।

Advertisment

ଜାପାନୀ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ୟାମାହା ୩ ଚକିଆ ସ୍କୁଟର ୟାମାହା ଟ୍ରିସିଟି ରେଞ୍ଜକୁ ଅପଡେଟ୍ କରି ମାର୍କେଟକୁ ଛାଡିଛି । ଏହି ରେଞ୍ଜରେ ଟ୍ରିିସିଟି-୧୨୫ ଓ ଟ୍ରିସିଟି ୧୫୫ ମଧ୍ୟ ସାମିଲ ରହିଛି । ଏଥିରେ ଇଞ୍ଚିନ କ୍ଷମତା ସହ ଆକର୍ଷଣୀୟ ଲୁକ୍ ରହିଛି । । ତେବେ ଏହା ପୂର୍ବରୁ ୨୦୧୪ରୁ ୟାମାହା ଏହି ସ୍କୁଟର ମାର୍କେଟରେ ଲଞ୍ଚ କରିଛି । ଏବେ ଏହାର ଆଡଭାନ୍ସ ଭର୍ସନ ମାର୍କେଟରେ ପ୍ରବେଶ କରିଛି ।

ଦୁଇଟି ଯାକ ସ୍କୁଟରରେ ରହିଛି ସେଣ୍ଟର ସେଟ୍ ଏଲଇଡି ହେଡଲାଇଟ୍, ଏଲଇଡି ଟାଇମ ରନିଙ୍ଗ ଲାଇଟ୍ ଓ ଏଲସିଡି ସେଣ୍ଟର କନସୋଲ । ଏଥିରେ ସିଙ୍ଗଲ ସିଟ୍ ସହ ଇଣ୍ଟିଗ୍ରେଟେଡ୍ ଗ୍ରେବ ରେଲ, ଯାହା ପଛରେ ବସୁଥିବା ବ୍ୟକ୍ତିକୁ ସୁରକ୍ଷା ଦେବ ।