କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବରଗଡ଼ ଜିଲ୍ଲାରେ ରାଜବୋଡ଼ାସମ୍ବର ଓ ଗାଇସିଲଟ ବ୍ଲକରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ରାଜବୋଡ଼ାସମ୍ବର ବ୍ଲକରେ ୨ଟି ଗାଁ ଏବଂ ଗାଇସିଲଟ୍ ବ୍ଲକରେ ଗୋଟି ଗାଁର ଲୋକେ ଭୋଟ୍ ବର୍ଜନ କରିଛନ୍ତି । ରାଜବୋଡ଼ାସମ୍ବର ବ୍ଳକ ଜମରତଲା ପଂଚାୟତରେ ମୋବାଇଲ ଟାୱାର ନଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପଦ୍ମପୁର ସଦର ମହକୁମା ଠାରୁ ୩୦ କିମି ଦୁରରେ ରହିଛି ଏହି ଗାଁ ।

Advertisment

ମୋବାଇଲ ଟାୱାର ସହ ଅନେକ ମୌଳିକ ସମସ୍ୟାରୁ ବଂଚିତ ଅଛନ୍ତି ଗାଁ ଲୋକେ । ତେଣୁ ମୋବାଇଲ ଟାୱାର ନହେବା ପର୍ଯ୍ୟନ୍ତ ଭୋଟ୍ ବର୍ଜନ ନିସ୍ପତି ନେଇଛନ୍ତି ଲୋକେ । ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ବୁଝାଇବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ । ଏହି ଗାଁରେ ୪ଟି ୱାର୍ଡ଼ରେ ୯୮୮ ଜଣ ଭୋଟର ରହିଛନ୍ତି । ରାଜବୋଡ଼ାସମ୍ବର ବ୍ଲକ ଲୁହାରପାଲି ପଂଚାୟତ ଗମ୍ଭାରିଡ଼ିହି ଏବଂ ଗାଇସିଲଟ୍ ବ୍ଲକ ଜଡ଼ାମୁଣ୍ଡା ଗାଁରେ ମଧ୍ୟ ଭୋଟ୍ ବର୍ଜନ କରିଛନ୍ତି ଲୋକେ । ପ୍ରାଥମିକ ବିଦ୍ୟାଳୟକୁ ଉଠାଇ ଦିଆଯାଇଥିବାରୁ ଗାଁ ଲୋକେ କ୍ଷୋଭର ସହ ଭୋଟ୍ ବର୍ଜନ କରିଛନ୍ତି ।