କନକ ବ୍ୟୁରୋ: ୧୯ ଅଭୁଲା ସ୍ମୃତି ଭିତରେ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା କାଶ୍ମୀର କାହାଣୀ । ୭୦ ବର୍ଷ ପରେ କାଶ୍ମୀରକୁ ମିଳିଥିବା ସ୍ୱାଧିନତା ପଛରେ ଓଡ଼ିଆ ମନ୍ତ୍ରୀଙ୍କ ଭୂମିକା ରହିଥିବା ଶୁଣିବାକୁ ମିଳୁଛି । କାଶ୍ମୀରର ପୁର୍ନଗଠନରେ ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଜାମ୍ମୁ-କାଶ୍ମୀରର ପୁର୍ନଗଠନ ବିଧେୟକ ୨୦୧୯ ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଶତ ହୋଇଛି । ସୂଚନା ମୁତାବକ, ଏହି ମିଶନ କାଶ୍ମୀରକୁ ସଫଳ କରାଇବା ପାଇଁ କେନ୍ଦ୍ର ସରକାର ଏକ କୋର୍ ଟିମ୍ ଗଠନ କରିଥିଲେ । ଯେଉଁଥିରେ ସାମିଲ ଥିଲେ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ସଦସ୍ୟ ମନ୍ତ୍ରୀଙ୍କ ବ୍ୟତୀତ ୩ଜଣ ବରିଷ୍ଠ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋଏଲ ଓ ପ୍ରହ୍ଲାଦ ଯୋଶୀ କାଶ୍ମୀର ଯୋଜନା ବିଷୟରେ ଜାଣିଥିଲେ । ଏପରିକି ଯୋଜନାର ସଫଳ ରୂପାୟନ ପାଇଁ ଏହି ତିନି ବରିଷ୍ଠ ମନ୍ତ୍ରୀଙ୍କୁ ଭରସା କରିଥିଲେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା । ଆଉ ସଂସଦୀୟ ଅଧିବେଶନର ପ୍ରଥମ ଦିନରୁ ହିଁ ଏମାନେ ଆରମ୍ଭ କରିଥିଲେ ରଣନୀତି । ବିଶେଷ କରି ବିଭିନ୍ନ ରାଜନୈତିକ ଦଳଙ୍କୁ କେନ୍ଦ୍ରସରକାରଙ୍କ ସପକ୍ଷକୁ ଆଣିବା ଏହି ପାଇଁ ତିନି କେନ୍ଦ୍ରୀୟ ମନ୍ତ୍ରୀମାନେ ପ୍ରମୂଖ ଭୁମିକା ନେଇଥିଲେ ।

ରଣନୀତି ମୁତାବକ ଏହି ବିଲ୍ କୁ ରାଜ୍ୟସଭା ବାଧାରୁ ବଞ୍ଚାଇ ପାସ୍ କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା । ଆଉ ରାଜ୍ୟସଭାରେ ହିଁ ପ୍ରଥମେ ଏହି ବିଲ୍ ଓ ସଂକଳ୍ପ ପ୍ରସ୍ତାବ ଆଗତ କରିବା ପାଇଁ ନିଷ୍ପତି ହୋଇଥିଲା । ରାଜ୍ୟସଭାରେ ଆରଟିଆଇ ଏବଂ ତିନ୍ ତଲାକ ବିଲ୍ ପାରିତ ପରେ ମିଶନ୍ କାଶ୍ମୀର ପାଇଁ ମୋଦି ସରକାରଙ୍କ ମନୋବଳ ବଢ଼ି ଯାଇଥିଲା । ଆଉ ଶେଷରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମରେ ମିଶନ କାଶ୍ମୀର ପୂରଣ ହୋଇପାରିଛି । ତେବେ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଧର୍ମେନ୍ଦ୍ର କହିଛନ୍ତି କି, ଏହା ଏକ ଐତିହାସିକ ପଦକ୍ଷେପ । ଦୀର୍ଘ ୭୦ ବର୍ଷ ଅପେକ୍ଷା ପରେ ଭାରତର ପ୍ରକୃତରେ ଏକତ୍ରୀକରଣ ସଂପୂର୍ଣ୍ଣ ହୋଇଛି ।