କନକ ବ୍ୟୁରୋ : ଦୋଳ ପୂର୍ଣ୍ଣିମାରେ ନନ୍ଦନକାନନ ପାଇଁ ଖୁସି ଖବର ଆସିଛି। ଏଠାରେ ୨୧ (ଗ) ଖୁଆଡ ମଧ୍ୟରେ ଧଳା ରଙ୍ଗର ବାଘୁଣୀ ବିଜୟାର ତୃତୀୟ ଗର୍ଭରୁ ଜନ୍ମ ନେଇଛନ୍ତି ୩ଟି ଶାବକ । ଏ କଥା ବିଜୟା ଖୁଆଡରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି କର୍ତୁପକ୍ଷ ସୂଚନା ଦେବା ସହ ଫଟୋ ଓ ଭିଡିଓ ଜାରି କରିଛନ୍ତି। ସାଧାରଣ ନାଲି ରଙ୍ଗର ମହାବଳ ବାଘ ସେଫ୍ସହିତ ମିଳନରୁ ଗର୍ଭଧାରଣର ୧୦୪ ଦିନରେ ଶାବକ ୩ଟି ଜନ୍ମ ଲାଭ କରିଛନ୍ତି। ଛୁଆ ଦୁଇଟିଙ୍କର ଲିଙ୍ଗ ଓ ରଙ୍ଗ ଚିହ୍ନଟ ହୋଇପାରିନାହିଁ।
ବିଜୟା ୨୦୧୦ ମସିହା ମାର୍ଚ୍ଚ ମାସ ୧ତାରିଖରେ ସାଧାରଣ ନାଲି ରଙ୍ଗର ମହାବଳ ରୋଷନ ଓ ଧଳାବାଘୁଣୀ କୁସୁମଙ୍କ ମିଳନରୁ ଜନ୍ମିତ ।ବିଜୟା ୨୦୧୬ ମସିହା ଅଗଷ୍ଟ ୯ତାରିଖରେ ରୋଷନ ମିଳନରୁ ପ୍ରଥମ ଗର୍ଭରୁ ଆଦିତି (ନାଲି) ଓ ସାହିଲ (ଧଳା)ଙ୍କୁ, ଦ୍ୱିତୀୟ ଗର୍ଭରୁ ୨୦୧୮ ମସିହା ସେପ୍ଟେମ୍ବର ୨୩ତାରିଖରେ ଭୋଷନ ଔରଷର ରାଜେଶ (ଧଳା) ଓ ରୂପା (ନାଲି)ଙ୍କୁ ଜନ୍ମ ଦେଇଥିଲା। ଆଜିକୁ ମିଶାଇ ବିଜୟା ୩ଥର ଗର୍ଭ ପ୍ରସବ କରି ମୋଟ ୬ଟି ଶାବକଙ୍କୁ ଜନ୍ମ ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/49048904363_cd45f95e34_b.jpg)