ଚେନ୍ନାଇ ରେଳମଣ୍ଡଳରେ ଆଦାୟ ହେଲା କୋଟି କୋଟି ଟଙ୍କାର ଜରିମାନା। ୩ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲା ରେଳ ବିଭାଗ।

166

କନକ ବ୍ୟୁରୋ: ଟ୍ରେନରେ ଯିବାବେଳେ ଆପଣ ଦେଖିଥିବେ ଯେ ଯାତ୍ରୀମାନେ ବିନା ଟିକଟରେ ଯାତ୍ରା କରିଥାନ୍ତି । ବିଶେଷ କରି ନିକଟ ଷ୍ଟେସନକୁ ଯିବା ବେଳେ ଅନେକ ଲୋକ ଏହିଭଳି କରିଥାନ୍ତି । ଅନେକ ଥର ସେମାନେ ଜାଣିଶୁଣି ମଧ୍ୟ ଏଭଳି କରିଥାନ୍ତି । ତେବେ ଆପଣଙ୍କୁ କହିରଖିବାକୁ ଚାହୁଁବି ଯେ ଦେଶର ଗୋଟିଏ ରାଜ୍ୟ ଏଭଳି ଏକ ରେକର୍ଡ କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠାରେ ତିନିଜଣ ଟିକେଟ ଯାଞ୍ଚ କରୁଥିବା ଅଧିକାରୀ କୋଟି କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି । ଏ ସମସ୍ତ ଅଧିକାରୀଙ୍କୁ ଏଥିପାଇଁ ବିଭାଗ ତରଫରୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି ।

ଚେନ୍ନାଇ ଡିଭିଜନରେ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ଜରିମାନା ଆଦାୟ କରୁଥିବା ଅଧିକାରୀଙ୍କ ରେକର୍ଡ । ଏସମସ୍ତ ଅଧିକାରୀ ପାଖପାଖି ଏକ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି । ବିନା ଟିକେଟରେ ଯାଉଥିବା ଯାତ୍ରୀଙ୍କୁ ଧରିବା ସହ ସେମାନଙ୍କ ଠାରୁ ଏତେ ପରିମାଣର ଫାଇନ ଆଦାୟ କରିଛନ୍ତି । ଚେନ୍ନାଇ ଡିଭିଜନର ରେଳ ଅଧିକାରୀ ଏସ. ନନ୍ଦ କୁମାର ବିନା ଟିକେଟରେ ଯାତ୍ରା କରୁଥିବା ୨୭, ୭୮୭ ଯାତ୍ରୀଙ୍କ ଠାରୁ ୧.୫୫ କୋଟି ଟଙ୍କାର ଜରିମାନା ଅଦାୟ କରି ରେକର୍ଡ କରିଛନ୍ତି । ଚେନ୍ନାଇ ଡିଭିଜନରେ ମେଲ, ଏକ୍ସପ୍ରେସ, ସୁଫରଫାଷ୍ଟ ସହ ସମସ୍ତ ଟ୍ରେନରେ ଯାଞ୍ଚ କରାଯାଇଥିଲା । ବିଭାଗର ୩ ଯାଞ୍ଚ ଅଧିକାରୀ ୨୦୨୨-୨୩ ଆର୍ଥିକ ବର୍ଷରେ ଏକ କୋଟି ଟଙ୍କାରୁ ଅଧିକର ଜରିମାନା ଆଦାୟ କରିଛନ୍ତି । ନନ୍ଦ କୁମାରଙ୍କୁ ତାଙ୍କର ଏହି କାମ ପାଇଁ ପୁରସ୍କୃତ କରାଯାଇଛି । କେବଳ ନନ୍ଦ କୁମାର ନୁହନ୍ତି ଟିକେଟ ଇନସପେକ୍ଟର ସକ୍ତିୱେଲ ଜେକି ୧.୧୦ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି । ତାଙ୍କ ପରେ ଇନସପେକ୍ଟର ରୋଜାଲିନ ଅରୋକିଆ ମେରୀ ୧.୦୩କୋଟିର ଜରିମାନା ଆଦାୟ କରିଛନ୍ତି ।