୩ହଜାର ବର୍ଷର ରହସ୍ୟମୟ କାହାଣୀ । କେନାଲରୁ ମିଳିଲା ଏମିତି ଏକ ଜିନିଷ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

59

ଆପଣଙ୍କ ଚର୍ତୁପାଶ୍ୱର୍ରେ ଏମିତି କିଛି ଐତିହାସିକ ଜିନିଷ ଲୁଚି ରହିଛି ଯାହାକି ଆପଣଙ୍କ ଜ୍ଞାତସାର ବାହାରେ । ଆପଣ ବୁଲି ଯାଉଥିବା ପାର୍କ, ମ୍ୟୁଜିୟମ ଭଳି ମାଟିତଳେ ଲୁଚି ରହିଥାଇପାରେ ଅନେକ ରହସ୍ୟମୟୀ ଜିନିଷ । ଏଭଳି କିଛି ଐତିହାସିକ ଜିନିଷର ସନ୍ଧାନ ମିଳିଛି ଇଜିପ୍ଟର ରାଜଧାନୀ କାହିରା ସହରରେ । କାହିରାର ଏକ ପୁରୁଣା ବସ୍ତି ମୋଟେରିୟା ଠାରେ ଇଜିପ୍ଟ ଓ ଜର୍ମାନୀର ଆବିଷ୍କାରକମାନେ ପୁରାତନ ଜିନିଷ ଅନୁସନ୍ଧାନରେ ଖୋଳତାଡ ଆରମ୍ଭ କରିଥିଲେ ।

ବସ୍ତି ଅଞ୍ଚଳରୁ ଦୀର୍ଘ ସମୟ ଧରି ଖୋଳାଖୋଳି କଲାପରେ ପୁରାତନ ସଭ୍ୟତାର କିଛି ମୁଲ୍ୟବାନ ଜିନିଷ ତାଙ୍କ ହାତରେ ଲାଗିଥିଲା । ତାହାପରେ ସେମାନେ ବସ୍ତିର ଆଉ କିଛି ଅଞ୍ଚଳ ଖୋଳିବାରେ ଲାଗିଲେ କିନ୍ତୁ କିଛି ନ ପାଇ ନିରାଶ ହୋଇଥିଲେ । ସେତେବେଳେ ହଠାତ ଆବିଷ୍କାରକମାନେ ବସ୍ତିଦେଇ ଯାଉଥିବା ଏକ କେନାଲକୁ ଖୋଳିବା ପାଇଁ ନିଷ୍ପତି ନେଇଥିଲେ । ପାଖାପାଖି ଶହେ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳିବାପରେ ଏକ ବିଶାଳ ମୂର୍ତ୍ତୀ ସେମାନଙ୍କ ହାତରେ ଲାଗିଥିଲା ।

ମୂର୍ତ୍ତୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । କାରଣ ମୂର୍ତ୍ତୀ ୩ହଜାର ବର୍ଷର ଐତିହାସିକ ପ୍ରତୀକ ବୋଲି ପ୍ରତ୍ନତତ୍ତ୍ୱବିତ କହିଛନ୍ତି । ଏହାର ଉଚ୍ଚତା ୨୬ ଫୁଟ ଏବଂ ଏହା ୩ହଜାର ବର୍ଷ ତଳେ ଇଜିପ୍ଟରେ ଶାସନ କରୁଥିବା ରାଜା ରାସ୍ମେସ ସେକଣ୍ଡଙ୍କର ମୂର୍ତ୍ତୀ ବୋଲି ଜଣାପଡିଛି । ଏହି ମୂର୍ତ୍ତୀକୁ ଖୋଜିବା ପାଇଁ ଆବିଷ୍କାରକମାନେ ପାଖାପାଖି ୪ବର୍ଷ ହେବ ଅନୁସନ୍ଧାନରେ ଲାଗିଥିଲେ । ସୂଚନା ମୂତାବକ ଏହି ବସ୍ତିରେ ହଜାର ହଜାର ବର୍ଷପୂର୍ବେ ହେଲିୟୋପୋଲିସ ନାମକ ସହର ସଭ୍ୟତା ଅବସ୍ଥିତ ଥିଲା ।

ଇଜିପ୍ଟବାସୀଙ୍କ କହିବା ଅନୁସାରେ ସୂର୍ଯ୍ୟଦେବତା ସଂସାର ରଚନା କରିଥିବା ସମୟରେ ଏହି ସଭ୍ୟତାକୁ ଅବସ୍ଥିତ କରାଇଥିଲେ । ଏହାମଧ୍ୟ ଜଣାପଡିଛି ଯେ ହଜାର ହଜାର ବର୍ଷତଳେ ରୋମାନବାସୀ ଏହାକୁ କବଜା କରି ନେଇଥିଲେ । ସେହି ସମୟରେ ଇଜିପ୍ଟର ସମସ୍ତ ପ୍ରାଚୀନ ମୂର୍ତ୍ତୀ , ଅଟ୍ଟାଳିକା ଭଳି ଐତିହାସିକ ଜିନିଷ ଭାଙ୍ଗି ଦେଇଥିଲେ । ତେଣୁ ଆବିଷ୍କାରକଙ୍କ କହିବା ଅନୁଯାୟୀ ଏହି ବିଶାଳ ମୂର୍ତ୍ତୀ ସେହି ସମୟରେ ଭଙ୍ଗା ଯାଇଥିବା ଜଣାପଡିଛି । ତେବେ ଏହି ରାଜା ରାସ୍ମେସ ସେକଣ୍ଡ ଇଜିପ୍ଟର ସବୁଠାରୁ ଲୋକପ୍ରିୟ ଏବଂ ଅଧିକ ସମୟ ଶାସନ କରିଥିବା ରାଜାଭାବେ ବେଶ ପରିଚିତ ଥିଲେ । ତାଙ୍କୁ ରାସ୍କେସ ଦଗ୍ରେଟ ନାଁରେ ମଧ୍ୟ ପ୍ରଜାମାନେ ସମ୍ବର୍ଦ୍ଧନା କରନ୍ତି । ତେବେ ଏଭଳି ଐତିହାସିକ ମୂଲ୍ୟବାନ ଜିନିଷ ପାଇବାପରେ ଆବିଷ୍କାରକମାନେ ସେଠାରେ ଅଧିକ ଅନୁସନ୍ଧାନ କରୁଛନ୍ତି ।