ପଞ୍ଜାବର ମୋହାଲିରେ ଭୁଷୁଡିଲା ୩ ମହଲା ବିଶିଷ୍ଟ କୋଠା : ମାଟି ତଳେ ଅନେକ ଫସିଥିବା ମିଳୁଛି ସୂଚନା , ୨ ଉଦ୍ଧାର ।

144

ପଞ୍ଜାବର ମୋହାଲି ଜିଲ୍ଲାରେ ଶନିବାର ଏକ ୩ ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଷୁଡିବା କାରଣରୁ ଅନେକ ଲୋକ ମାଟି ତଳେ ଫସିଥିବା ଆଶଙ୍କା କରାଯାଉଛି । ତେବେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ୍ ର କହିବାନୁସାରେ , ଖରଡ଼- ଲାନ୍ଦରା ମାର୍ଗର ଏହି ବିଲଡିଙ୍ଗ୍ ରେ ଜେସିବି ମେସିନ୍ ଖନନ କାର୍ଯ୍ୟ ଚାଲିଥିଲା । ସେତେବେଳେ ଏହି ଘଟଣା ଘଟିଥିବା କଥା କୁହାଯାଉଛି ।

ତେବେ ଉକ୍ତ ସ୍ଥାନରେ ଏନଡିଆରଏଫ୍ ଟିମ୍ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଉପସ୍ଥିତ ରହି ଉଦ୍ଧାର ଅଭିଯାନ ଚଳାଇଛନ୍ତି । ୨ ଜଣ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଥିବା ସୂଚନା ମିଳୁଛି । ୬ ରୁ ୭ ଜଣ ଏବେ ବି ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ଉପ ଜିଲ୍ଲାପାଳ ହିଂମାଶୁ ଜୈନ ।