କନକ ବ୍ୟୁରୋ : ଦିବ୍ୟାଙ୍ଗ ପାଇଲେ ନୂଆ ଜୀବନ । ଖୋର୍ଦ୍ଧା ରାସ୍ତାରେ ତିନି ଜଣ ଦିବ୍ୟାଙ୍ଗ, ଭିକ୍ଷା ମାଗୁଥିବା ଖବର ପ୍ରସାରଣ ପରେ ସେମାନଙ୍କ ପାଇଁ କୃତ୍ରିମ ଗୋଡର ବ୍ୟବସ୍ଥା କରିଛି ସ୍ୱେଛାସେବୀ ସଂଗଠନ । ଗତ ମାସରେ ଏହି ଖବରଟିକୁ କନକ ନ୍ୟୁଜ୍ ପ୍ରସାରଣ କରିଥିଲା । ସେପ୍ଟେମ୍ବର ୧୨ ତାରିଖରେ ଏହି ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଖୋର୍ଦ୍ଧା ରାସ୍ତାରେ ଡହ ଡହ ଖରାରେ ତିନି ଜଣ ଦିବ୍ୟାଙ୍ଗ ଭିକ୍ଷା ମାଗୁଥିଲେ ।

Advertisment

ଜଣେ ଦିବ୍ୟାଙ୍ଗ ରାସ୍ତାରେ ଗଡି ଗଡି ଭିକ ମାଗୁଥିବା ବେଳେ ଜଣେ ଦିବ୍ୟାଙ୍ଗ ହ୍ୱିଲ ଚେୟାରରେ ବସିଥିଲେ ଆଉ ଜଣେ ଦିବ୍ୟାଙ୍ଗ ସେହି ହ୍ୱିଲ ଚେୟାରକୁ ଠେଲି ଠେଲି ନେଉଥିଲେ । ଗଡି ଗଡି ଭିକ ମାଗୁଥିବା ଦିବ୍ୟାଙ୍ଗଙ୍କର ଦୁଇଟି ଗୋଡ ନାହିଁ । ସେହିପରି ଶାରିରୀକ ଭାବେ ଅକ୍ଷମ ବ୍ୟକ୍ତି ହ୍ୱିଲ ଚେୟାରରେ ବସିଥିଲେ । ଆଉ ଗୋଟିଏ ଗୋଡ ହରାଇଥିବା ଦିବ୍ୟାଙ୍ଗ ହ୍ୱିଲ ଚେୟାରକୁ ଠେଲି ଠେଲି ନେଉଥିଲେ । ଏହି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା । ଖବର ପ୍ରସାରଣ ପରେ ବିଜୁ ମହାବୀର ଜୟପୁର ଫୁଟ ସେଂଟର ଦିବ୍ୟାଙ୍ଗଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଛି । ସେମାନଙ୍କ ପାଇଁ କୃତ୍ରିମ ଗୋଡର ବ୍ୟବସ୍ଥା କରିଛି ସ୍ୱେଚ୍ଛାସେବୀ ସଂଗଠନ ।