ସେପ୍ଟମ୍ବର ୧୨ରୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ : ପ୍ରବାସୀ ଓଡିଆ ଜୀବୀକା ପାଇଁ ଯାଇପାରିବେ ଗୁଜୁରାଟ; ଅନୁରୋଧ ରଖିଥିବାରୁ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

213

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖରୁ ଓଡିଶାରୁ ଗୁଜରାଟକୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ । ପ୍ରବାସୀ ଓଡିଆଙ୍କ ପାଇଁ ଏହି ବ୍ୟବସ୍ଥା କରିଥିବାରୁ ଟୁଇଟ କରି ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଲବାଇ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ସପ୍ତାହକୁ ୪ ଦିନ ଚାଲିବ । ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ସପ୍ତାହକ ଥରେ ଓ ପୁରୀ-ଓଖା ଏକ୍ସପ୍ରେସ ମଧ୍ୟ ସାପ୍ତାହିକ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ପ୍ରବାସୀ ଓଡିଆଙ୍କ ଜୀବନ ଜିବିକା ପାଇଁ ସ୍ପେଶାଲ ଟ୍ରେନ ଚଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖିଥିେଲେ ଧର୍ମେନ୍ଦ୍ର । ତେବେ ରେଳ ବିଭାଗ ପକ୍ଷରୁ ଶ୍ରମିକ ଟ୍ରେନ ଚଳାଚଳ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ଟୁଇଟରରେ ପୋଷ୍ଟକରି ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।