କନକ ବ୍ୟୁରୋ: ରାଜସ୍ଥାନର ଭରତପୁର ଜିଲ୍ଲାରେ ୩ ଭାଇଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହି ଘଟଣାର ମୃତକଙ୍କ ପରିବାରର ଅନ୍ୟ ୩ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।
ହତ୍ୟାକାରୀ ହେଉଛନ୍ତି ମୃତକଙ୍କ ପଡ଼ୋଶୀ। ଅଭିଯୁକ୍ତ ତାଙ୍କ ସହଯୋଗୀଙ୍କ ସହ ବଳପୂର୍ବକ ଘରେ ପ୍ରବେଶ କରି ୩ ଭାଇଙ୍କୁ ହତ୍ୟା କରିଥିଲା। ଏହି ଘଟଣା ପରଠାରୁ ଗାଁରେ ଉତ୍ତେଜନା ଦେଖାଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଫେରାର ଅଭିଯୁକ୍ତଙ୍କୁ ପୋଲିସ ଖୋଜା ଜାରି ରଖିଛି ।

Advertisment

ସୂଚନା ଅନୁଯାୟୀ, ଶନିବାର ରାତିରେ କୁମହର ପୋଲିସ ଷ୍ଟେସନ ଅଞ୍ଚଳର ସିକାରାଉରା ଗ୍ରାମରେ ରହୁଥିବା ଲଖନ ତାଙ୍କ ସାଥୀମାନଙ୍କ ସହ ପଡ଼ୋଶୀ ଟୋନିଙ୍କ ଘରେ ପ୍ରବେଶ କରି ହତ୍ୟା କରିଥିଲେ। ଟୋନିଙ୍କ ବାପା ଏବଂ ଦୁଇ ମାମୁଁଙ୍କୁ ହତ୍ୟା କରାଯାଇଛି ।। ସେହି ସମୟରେ ଟୋନିଙ୍କ ମା’ ଓ ପରିବାରର ଅନ୍ୟ ଦୁଇ ଜଣ ସଦସ୍ୟଙ୍କୁ ମଧ୍ୟ ଗୁଳି କରି ଆହତ କରାଯାଇଥିଲା। ଗାଁର କମ୍ୟୁନିଟି ହେଲଥ ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଜୟପୁର ପଠାଯାଇଥିଲା।

ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ ହତ୍ୟାକାଣ୍ଡର ଅପରାଧୀ ଲଖନ ସିଂ ଏବଂ ମୃତ ଗଜେନ୍ଦ୍ରଙ୍କ ପୁଅ ଟୋନିଙ୍କ ମଧ୍ୟରେ ବନ୍ଧୁତା ଥିଲା। ନଭେମ୍ବର ୨୪ ରେ ମଦ୍ୟପାନକୁ ନେଇ କରିବା ସମୟରେ ଲଖନ ଏବଂ ଟୋନିଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରଦିନ ଏକ ପଞ୍ଚାୟତରେ ଏହି ଘଟଣାର ସମାଧାନ ହୋଇଥିଲେ ବି ଲଖନ ଟୋନି ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲା ।