କନକ ବ୍ୟୁରୋ : କେନ୍ଦୁଝର ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣାରେ ୩ଜଣ ଗିରଫ । ୩ ଅଭିଯୁକ୍ତଙ୍କୁ ଗିରଫ କଲା କେନ୍ଦୁଝର ପୁଲିସ । ପ୍ରେସମିଟରେ ବିସ୍ତୃତ ସୂଚନା ଦେବେ ଏସପି ।
ଗତ ୧୦ ତାରିଖରେ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା । ମୋହନ ମାଝୀ ଏକ ବୈଠକ ସାରି ଫେରୁଥିବା ସମୟରେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ କରିଥିଲେ । ତେବେ ଏହି ଘଟଣା ନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଆଉ ଆଜି କେନ୍ଦୁଝର ପୋଲିସ ୩ଜଣଙ୍କୁ ଗିରଫ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us